Latest Odisha News

Sixth World Title: ଚମକିଲେ ଓଡ଼ିଆ ପୁଅ ପ୍ରମୋଦ;ଷଷ୍ଠଥର ପାଇଁ ନିଜ ନାଁରେ କଲେ ବିଶ୍ୱ ଟାଇଟଲ

ଭୁବନେଶ୍ବର: ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ବାହାରିନର ମାନାମାଠାରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ର ଏସ୍‌୩ ବର୍ଗର ପୁରୁଷ ଏକକରେ ପୁଣି ଥରେ ବିଜେତା ହୋଇଛନ୍ତି । ଫାଇନାଲ୍‌ରେ ପ୍ରମୋଦ ୨୧-୧୨, ୨୧-୧୮ ସେଟ୍‌ରେ ଇଣ୍ଡୋନେସିଆର ମହମ୍ମଦ ଅଲ ଇମାମଙ୍କୁ ପରାସ୍ତ କରି ଷଷ୍ଠଥର ପାଇଁ ବିଶ୍ବ ଚାମ୍ପିଅନ ହୋଇଛନ୍ତି । ଲାଗାତାର ଚତୁର୍ଥ ଥର ପାଇଁ ସେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି । ଏଥିସହ ପ୍ରମୋଦ ଭଗତ, ସୁକାନ୍ତ କଦମଙ୍କ ସହ ପୁରୁଷ ଡବଲ୍ସ SL3-SL4 ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏହି ଯୋଡ଼ି ଫାଇନାଲରେ ଭାରତୀୟ ଜଗଦେଶ  ଡିଲି ଏବଂ ନବୀନ ଶିବକୁମାରଙ୍କୁ ୨୧-୧୯, ୨୧-୧୬ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ ।

ସୂଚନାଥାଉକି, କିବଂଦନ୍ତି ଲିନ ଡାନ୍‌ଙ୍କ ୫ ବିଶ୍ବଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପଦକ ରେକର୍ଡକୁ ଟପିଛନ୍ତି ପ୍ରମୋଦ ଭଗତ । ପୂର୍ବରୁ ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ମଧ୍ୟ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

Leave A Reply

Your email address will not be published.