Latest Odisha News

BREAKING NEWS

ବିଗୁଡୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ବିଗିଡିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ସେ ଗତକାଲିଠୁ ଭେଂଟିଲେଟରରେ ଅଛନ୍ତି । ନୂଆଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଏହା ଜଣାପଡିଛି । ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ସ୍ଥିତି ଏବେ ବି ଜଟିଳ ରହିଛି।

ମୁଖାର୍ଜୀଙ୍କୁ ସୋମବାର ଦିନ ବେଳେ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସର୍ଜରୀ ପୂର୍ବରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନାହିଁ। ଏବେ ମଧ୍ୟ ସେ ଭେଣ୍ଟିଲେଟରରେ ଅଛନ୍ତି।

କିଛି ଦିନ ତଳେ ପ୍ରଣ ମୁଖାର୍ଜୀ ତାଙ୍କ ଘରର ବାଥରୁମରେ ପଡିଯାଇଥିଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ବ୍ଲଡକ୍ଲଟ ହୋଇଥିଲା । ପରେ ସୋମବାର ତାଙ୍କ ବ୍ରେନ୍ ସର୍ଜରୀ ପାଇଁ ତାଙ୍କୁ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

Leave A Reply

Your email address will not be published.