Latest Odisha News

BREAKING NEWS

ଉମ୍ରାନ, ମୟଙ୍କଙ୍କ ପରେ ଚର୍ଚ୍ଚାରେ ଏହି ୧୭ ବର୍ଷୀୟ ବୋଲର

ନୂଆଦିଲ୍ଲୀ: ଉମ୍ରାନ ମଲିକ ଓ ମୟଙ୍କ ଯାଦବଙ୍କ ପରେ ଏବେ ଜଣେ ୧୭ ବର୍ଷୀୟ ଯୁବ ପେସ ବୋଲର ଚର୍ଚ୍ଚାର କାରଣ ସାଜିଛନ୍ତି । ବିସିସିଆଇ ସେଂଟର ଏକ ଏକ୍ସଲେନ୍ସରେ ଏହି ବୋଲରଜଣଙ୍କ ୧୪୭.୩ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ଏହି ବୋଲରଙ୍କ ନାମ ହେଲା ଆରଡି ପ୍ରଣବ ରାଘଭେନ୍ଦ୍ର । ଗୋଟିଏ କିମ୍ବା ଦୁଇଟି ନୁହେଁ ସେ କ୍ରମାଗତ ଭାବେ ୧୪୫ରୁ କିମିରୁ ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି । ଯଦି ଏ ଭଳି ବୋଲିଂ ସେ ଜାରୀ ରଖିବେ ତେବେ ଶୋଏବ ଅଖତରଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି । ୧୯ ବର୍ଷରୁ କମ ବୟସରେ ସେ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି ।

ସାକ୍ଷାତକାରରେ ସେ କହିଛନ୍ତି ମୁଁ ବେଗ ଅପେକ୍ଷା ଠିକ ଲାଇନ ଲେନ୍ଥରେ ବୋଲିଂ କରିବା ପାଇଁ କଠିନ ଅଭ୍ୟାସ କରୁଛି । ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରିବା ପାଇଁ ମୋତେ ଭଲ ଲାଗେ ବୋଲି ଏହି ଯୁବ ବୋଲରଜଣଙ୍କ କହିଛନ୍ତି । ଏବେ ସେ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ପ୍ରସ୍ତୁତି କରୁଛନ୍ତି । ଭଲ ପ୍ରଦର୍ଶନ ସହ ଭାରତୀୟ ଟିମରେ ସ୍ଥାନ ପାଇବା ପାଇଁ ସେ ଉଦ୍ୟମ କରୁଛନ୍ତି । ସେ ତାଙ୍କ ଫିଟନେସ ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି ।

Comments are closed.