Latest Odisha News

BREAKING NEWS

ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ଖୁବଶୀଘ୍ର ବିଧିବଦ୍ଧ ଭାବରେ ଯୋଗ ଦେବେ ପ୍ରସନ୍ନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା ଚାଲିଛି ।

ଖୁବଶୀଘ୍ର ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି  । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ୫ ଥର ବିଜେଡି ଟିକେଟ୍‌ରେ ଜିତିଥିଲେ ପ୍ରସନ୍ନ ପାଟ୍ଟଶାଣୀ ।

ସେ ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ। କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କୁ ଟିକେଟ୍  ଦେଇ ନଥିଲା, ସେହିପରି  ୨୦୨୪ରେ ମଧ୍ୟ ପ୍ରସନ୍ନଙ୍କୁ ଦଳ ଟିକେଟ୍ ଦେଇନାହିଁ ।ଏହିସବୁ ପରେ  ସେ ଦଳ ଉପରେ ଅସନ୍ତୋଷ ଥିଲେ । ବର୍ତମାନ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.