Latest Odisha News

BREAKING NEWS

ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ପ୍ରଶାନ୍ତ କୁମାର ମିଶ୍ର ଓ କେଭି ବିଶ୍ୱନାଥନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଓକିଲ କେଭି ବିଶ୍ୱନାଥନ। ଶୁକ୍ରବାର ସେ ବିଚାରପତି ଭାବେ ଶପଥଗ୍ରହଣ କରିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଦୁଇ ବିଚାରପତିଙ୍କ ନାଁ କେନ୍ଦ୍ର ସରକାଙ୍କ ପାଖରେ ସୁପାରିଶ କରାଯାଇଥିଲା। ସରକାର ପ୍ରସ୍ତବାକୁ ଅନୁମୋନଦ ଦେବା ପରେ ଦୁଇ ଜଣ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି।

ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତରେ ସର୍ବାଧିକ ୩୪ ଜଣ ବିଚାରପତି ରହି ପାରିବେ। ଏବେ ସବୁ ପଦବୀ ପୂରଣ ହୋଇ ସାରିଛି।

Leave A Reply

Your email address will not be published.