Latest Odisha News

ସି-ସୋର ଚିଟ୍‌ଫଣ୍ଡ ମାମଲା, ନିରାଶ ହେଲେ ପ୍ରଭାତ!

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ମାମଲାରେ ଜାମିନରେ ଥିବା କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗର ହାଇକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ ସହ ବର୍ଷକ ଭିତରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସିବିଆଇ ଓକିଲ ସାର୍ଥକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଚାର୍ଜସିଟରୁ ନାଁ ବାଦ୍ ଦେବା ଓ ଏତଲା ରଦ୍ଦ ପାଇଁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ସି-ସୋରର ପ୍ରଚାର କରିବାକୁ ତଥା ପ୍ରଭାତ ଏହି ସଂସ୍ଥା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ରହିଥିବା ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରଭାତ ଜାମିନ୍ ପାଇଥିଲେ।

Leave A Reply

Your email address will not be published.