Latest Odisha News

BREAKING NEWS

ଅପରେସନ ଥିଏଟରରେ ଡାକ୍ତର ଏବଂ ତାଙ୍କ ପ୍ରେମିକାଙ୍କ ପ୍ରି-ଓ୍ବେଡିଂ ସୁଟିଂ

ବେଙ୍ଗାଲୁରୁ: ଏମିତି ବି ଡାକ୍ତର ଥାନ୍ତି … ଯିଏକି ନିଜ ବିବାହର ପ୍ରି ଓ୍ବେଡିଂ ସୁଟିଂ ପାଇଁ ଅପରେସନ ଥିଏଟରକୁ ବ୍ୟବହାର କରିଛନ୍ତି। ଏକ ସରକାରୀ ହସ୍ପିଟାଲରେ ଅପରେସନ୍ ଥିଏଟର ଭିତରେ ପ୍ରେମିକାଙ୍କ ସହ ପ୍ରି-ୱେଡିଂ ସୁଟିଂ କରୁଥିବାରୁ ଏହି ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର।

ଚିତ୍ରଦୁର୍ଗା ଜିଲ୍ଲାର ବେଙ୍ଗାଲୁରୁଠାରୁ ୨୧୦ କିଲୋମିଟର ଦୂରରେ ଅବସ୍ଥିତ ଭରାମସାଗରର ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି। ଡାକ୍ତର ଅଭିଷେକ ନାମକ ଏହି ଡାକ୍ତର ହସ୍ପିଟାଲରେ ଚୁକ୍ତିଭିତ୍ତିକ ପଦବୀରେ ଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଡାକ୍ତର ଅଭିଷେକ ଜଣେ ରୋଗୀଙ୍କ ପେଟରେ ନକଲି ଅସ୍ତ୍ରୋପଚାର କରୁଥିବା ବେଳେ ତାଙ୍କ ପ୍ରେମିକା ତାଙ୍କୁ ଅସ୍ତ୍ରୋପଚାର ଉପକରଣରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ରେକର୍ଡିଂ ହେଉଥିବା ଦେଖିବାକୁ ମିିଳିଛି।

ଅବ୍ୟବହୃତ ଅପରେସନ୍ ଥିଏଟର (ଓଟି)ରେ ସୁଟିଂ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧ ନୋଟିସ୍ ଜାରି କରିଛନ୍ତି। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କଠୋର ଆଭିମୁଖ୍ୟ ଗ୍ରହଣ କରି ଡାକ୍ତର ଅଭିଷେକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ରାଓ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସରକାରୀ ଡାକ୍ତରଖାନାଗୁଡିକ ମୁଖ୍ୟତଃ ରୋଗୀ ସେବା ପାଇଁ ଅଛି, ବ୍ୟକ୍ତିଗତ ପ୍ରୟାସ ପାଇଁ ନୁହେଁ ଏବଂ ସେ ଡାକ୍ତରୀ ବୃତ୍ତିଜୀବୀଙ୍କ ଠାରୁ ଏଭଳି ଅନୁଶାସନହୀନତାକୁ ବରଦାସ୍ତ କରି ହେବ ନାହିଁ।

ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ ସମସ୍ତ ଠିକା କର୍ମଚାରୀସରକାରୀ ସେବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ମନ୍ତ୍ରୀ ରାଓ କହିଛନ୍ତି। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣାକୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ସେ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.