Latest Odisha News

BREAKING NEWS

କୋଭିଡ ମୁକାବିଲା, ସତର୍କ ରହିବା ଲାଗି ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ରାଜ୍ୟରେ କୋଭିଡର ମୁକାବିଲା ପାଇଁ ନିର୍ଦ୍ଦେଶ । ସତର୍କ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । କୋଭିଡ ପରିଚାଳନା ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ।

କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କଟକଣା ସାମାନ୍ୟ କୋହଳ କରାଯାଉଛି । ତେବେ ଟେଷ୍ଟ, ଟ୍ରାକିଂ ଓ ଭ୍ୟାକ୍ସିନେସନ ପ୍ରତି ଦୃଷ୍ଟି ଦେବାକୁ ଚିଠିରେ ପରାମର୍ଶ ଦିଆଯାଇଛି । ଏହାସହ ସ୍ଥିତିକୁ ଦେଖି ସରକାର ନେଉଥିବା ନିର୍ଦ୍ଦେଶନାମାକୁ କଠୋର ଭାବେ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯଥେଷ୍ଟ ପରିମାଣର ସ୍ବାସ୍ଥ୍ୟ ସୁବିଧା, ଶଯ୍ୟା, ଅକ୍ସିଜେନ ବ୍ୟବସ୍ଥା, ଆଇସିୟୁ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏହାସହ କୋଭିଡ ହସ୍ପିଟାଲରେ ଉପଯୁକ୍ତ ବ୍ୟବସ୍ଥା କରିବା ସହ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ଗାଇଡଲାଇନକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉଥିବା ସହ ଯଥେଷ୍ଟ ମାନବ ସମ୍ବଳ ବ୍ୟବସ୍ଥା କରିବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି ଏସିଏସ ।

Leave A Reply

Your email address will not be published.