Latest Odisha News

BREAKING NEWS

ଝଞ୍ଜାବତୀ ନଦୀରେ ମା’ ଝିଅ ଭାସିଯିବା ଘଟଣା, ମିଳିଲା ନିଖୋଜ ମା’ର ମୃତଦେହ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଝଞ୍ଜାବତୀ ନଦୀରେ ଗର୍ଭବତୀ ମା’ ଓ ଝିଅ ଭାସିଯିବା ଘଟଣା । ମିଳିଲା ନିଖୋଜ ମା’ର ମୃତଦେହ । ହେଲେ ଏଯାଏଁ ମିଳିନି ୫ବର୍ଷର ଝିଅର ପତ୍ତା । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ଖୋଜାଖୋଜି କାର୍ଯ୍ୟ ଜାରି ରଖିଛି ।

ଗତକାଲି ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ ମାସର ଗର୍ଭବତୀ ଓ ତାଙ୍କର ୫ ବର୍ଷର ଝିଅ ଭାସିଯାଇଥିଲେ। ମା’ ଓ ଝିଅ ଶୌଚ ହେବାପାଇଁ ନଦୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଥିଲା। ଖବରପାଇ ତୁରନ୍ତ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା। ଶେଷରେ ଆଜି ଓଡ୍ରାଫ୍‌ ଟିମ୍ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି।

 

Comments are closed.