Latest Odisha News

BREAKING NEWS

ଭିମସାରରେ ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର) ର ମାତୃତ୍ୱ ଏବଂ ସ୍ତ୍ରୀ ରୋଗ ୱାର୍ଡରେ ଜଣେ ୨୭ ବର୍ଷ ବୟସ୍କା ଗର୍ଭବତୀ ମହିଳା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ତାଙ୍କର ଯାତ୍ରା ଇତିହାସ ଗୋଆ ଥିବା ବେଳେ ଏହି ମହିଳାଙ୍କୁ ଗୁରୁବାର ମଧ୍ୟରାତ୍ରୀରେ ରାଉରକେଲାରୁ ଭିମସାର ରେଫର୍ କରାଯାଇଥିଲା। ପରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା ।

ଏହା ପରେ ରୋଗୀଙ୍କୁ ସମ୍ବଲପୁରର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଭିମସାର ମୁଖପାତ୍ର ଡ ବେଣୁଧର ପାଣ୍ଡେ କହିଛନ୍ତି ଯେ ସିଧାସଳଖ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ପିଜି ଡାକ୍ତର, ହାଉସ୍ ସର୍ଜନ, ଷ୍ଟାଫ୍ ନର୍ସ ଏବଂ ଜଣେ ଆଟେଣ୍ଡାଣ୍ଟଙ୍କୁ ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି।

ଡ. ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁଠାରେ ମହିଳା ରହିଥିଲେ ସେଠାରେ ଥିବା ୱାର୍ଡକୁ ସାନିଟାଇଜ କରାଯାଇଛି। ଏହାଛଡା ୱାର୍ଡର ଅନ୍ୟ ରୋଗୀଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

Comments are closed.