ମୁମ୍ବାଇ:ବଲିଉଡରେ କରୋନାରେ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଖ୍ୟାତନାମା ଖଳନାୟକ ଅଭିନେତା ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀ ଉମା ଚୋପ୍ରା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୨ଜଣଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୂର୍ବରୁ ଏକତା କାପୁର, ଜନ ଆବ୍ରାହାମ, ପ୍ରିୟା ରୁଂଚାଲ ଓ ଡେଲନାଜ ଇରାନ ମଧ୍ୟ କରୋନା ସଂକ୍ରମିତ ହୋଇସାରିଛନ୍ତି ।
୨ ମାସ ତଳେ ୮୬ ବର୍ଷୀୟ ପ୍ରେମ ଚୋପ୍ରା ସିଡିରୁ ଖସି ପଡିଥିବାରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା । ନିକଟରେ ସେ ୟଶରାଜ ଫିଲ୍ମର ବଂଟି ଔର ବବଲୀ ୨ରେ ନଜର ଆସିଥିଲେ । ଫିଲ୍ମରେ ଖଳନାୟକ ଭୂମିକାରେ ଦର୍ଶକଙ୍କୁ ଡରାଉଥିବା ପ୍ରେମ ଚୋପ୍ରା ସାଧାରଣ ଜୀବନରେ ବହୁତ ଭଦ୍ର ବ୍ୟକ୍ତି ଅଟନ୍ତି ।
Comments are closed.