Latest Odisha News

ସିକ୍କିମ୍‌ରେ କ୍ଷମତା ବଜାୟ ରଖିଲା ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା

ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ପ୍ରେମ ସିଂ ତମାଙ୍ଗ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ରାଜ୍ୟ ବିଧାନସଭାର ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।

ଏସକେଏମ ୩୨ ଟି ସିଟ୍ ମଧ୍ୟରୁ ୩୧ଟି ଜିତିଛି ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡ଼ିଏଫ) ଗୋଟିଏ ଆସନରେ ବିଜୟୀ ହୋଇଛି। ସରକାର ଗଠନ ପାଇଁ ୩୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୬ ଆସନ ଆବଶ୍ୟକ ଥିବା ବେଳେ ଏସକେଏମ ୩୧ ଆସନରେ ବିଜୟ ହାସଲ କରିଛି। ପୂର୍ବତନ ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ପୋକଲୋକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ପ୍ରାର୍ଥୀ ଭୋଜରାଜ ରାୟଙ୍କ ଠାରୁ ୩,୦୬୩ ଭୋଟରେ ହାରିଛନ୍ତି।

ଭାରତର ସବୁଠୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି ପୱନ କୁମାର ଚାମଲିଙ୍ଗ । ସେ ପ୍ରାୟ ୨୫ ବର୍ଷ ସିକ୍କିମର ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ରହିଛି। ଚାମଲିଙ୍ଗ ହେଉଛନ୍ତି ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟର ପ୍ରତିଷ୍ଠାତା ସଭାପତି। ସେହିପରି ପ୍ରେମ ସିଂ ତମାଙ୍ଗ ପୂର୍ବରୁ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟରେ ଥିଲେ। ତେବେ, ୨୦୦୯ରେ, ପୂର୍ବତନ ସିଏମ୍ ପୱନ କୁମାର ଚାମଲିଙ୍ଗଙ୍କ ସହ ମତଭେଦ ହୋଇଥିଲା। ଏହାପରେ ୪ ଫେବୃଆରୀ ୨୦୧୩ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (ଏସକେଏମ) ଗଠନ କରିଥିଲେ ପ୍ରେମ ସିଂ ତମାଙ୍ଗ । ୨୦୧୯ରେ ପ୍ରେମ ସିଂ ତମାଙ୍ଗ ପର୍ଥମ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏଥର ବି ସରକାର ଗଢିବ ଏସକେଏମ।

Comments are closed.