Latest Odisha News

BREAKING NEWS

ଦୁଇ ଓମିକ୍ରନ ପଜିଟିଭ ଚିହ୍ନଟ ପରେ ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର : ରାଜ୍ୟରେ ଦୁଇ ଓମିକ୍ରନ ପଜିଟିଭ ଚିହ୍ନଟ ପରେ ଏବେ ବଢ଼ିଲା ଚିନ୍ତା । ଖୋର୍ଦ୍ଧା ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଭାଇରସର ମୁକାବିଲା ପାଇଁ ଏବେ ଅଣ୍ଟା ଭିଡିଛି ଭୁବନେଶ୍ବର ମହାନଗର ନିଗମ । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ସବୁ ବିଦେଶ ଫେରାନ୍ତଙ୍କ ଟେଷ୍ଟିଂ ସହ ୭ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ଡିସେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଯାତ୍ରୀ ବିଦେଶରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୦ ଜଣ ସଂକ୍ରମିତ ଦେଶରୁ ଥିବା ଜଣାପଡିଛି । ସମସ୍ତଙ୍କ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ବିଭିନ୍ନ ଜୋନରେ ସ୍କ୍ବାଡ୍‌ ସହ ଆରଆରଟି ଟିମ୍‌ ସଜାଗ ଅଛନ୍ତି । ଜାନୁଆରୀ ମାସରେ ସଂକ୍ରମଣ ପିକ୍‌ ହେବାର ଆଶଙ୍କା ଥିବାରୁ, ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବିମାନବନ୍ଦରରେ ୩ଟି ଟିମ୍‌ ରହି ଯାତ୍ରୀଙ୍କ ଟେଷ୍ଟିଂ କରୁଛନ୍ତି ବୋଲି କହିଛନ୍ତି କୋଭିଡ ନୋଡାଲ ଅଧିକାରୀ ।

Leave A Reply

Your email address will not be published.