Latest Odisha News

BREAKING NEWS

ଦେବୀ ପୀଠରେ ଷୋଡଶ ଉପଚାର ପୂଜା

କଟକ: ଶାରଦୀୟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହରରେ ଥିବା ଦେବୀ ପୀଠ ଗୁଡିକ । ଆଜି ମାଆଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଷୋଡଷ ଉପଚାର ପୂଜା ଆରମ୍ଭ କର ଯାଇଛି । ଗତକାଲି ନଦୀରୁ ଜଳରେ ସହସ୍ରାକୁମ୍ଭାଷେକ ହେବା ପରେ ଆରମ୍ଭ ହୋଇଥିଲା ମାଆଙ୍କ ଷୋଡଷ ପୂଜା । ସ୍ୱତନ୍ତ୍ର ରୀତିନୀତିରେ ମାଆଙ୍କ ଘଟ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି ।

ଆସନ୍ତା କାଲିଠାରୁ ଷୋହଳ ଦିନ ଅର୍ଥାତ ଷୋଡଷ ଉପଚାର ପୂଜା କରାଯିବା ସହ ମା କଟକ ଚଣ୍ଡୀ ଭୁବନେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଉ ଆଜି ମାଆ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।ଦଶହରାକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ମାଙ୍କର ଏହି ପୂଜା ଯଥାରୀତି ଅନୁସାରେ ଆରମ୍ଭ ହୋଇଛି ।

ସହରର ଅନ୍ୟତମ ପୂରାତନ ଦେବୀପୀଠ ମାଆ ଗଡ ଚଣ୍ଡୀଙ୍କ ପୀଠରେ ମଧ୍ୟ ଷୋଡଶ ଉପଚାର ପୂଜା ଆଜି ଠାରୁ ଆରମ୍ଭ ହୋଇଛି । ମଣ୍ଡପ ଗୁଡିକରେ ଦଶହରାର ପୂଜା ଆରମ୍ଭ ହେବା ପୂର୍ବରୁ ଶକ୍ତିପୀଠଗୁଡିକ ରେ ମାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ । ରାଧାଷ୍ଟମୀରୁ ମୂଳାଷ୍ଟମୀ ଗୋଟିଏ ପକ୍ଷ ପାଇଁ ଅର୍ଥାତ୍‌ ୧୫ଦିନ ପର୍ଯ୍ୟନ୍ତ ମାଆ ଶୟନରେ ଯାଆନ୍ତି । ମୂଳାଷ୍ଟମୀ ଦିନ ମାଙ୍କଠାରେ ସହସ୍ରା କୁମ୍ଭାଭିଶେକ କରାଯାଇ ମାଙ୍କ ଶୟନରୁ ଜାଗ୍ରତ କରାଯାଏ ।

ତେଣୁ ଆଜି ଅପରାହ୍ନ ରେ ନଦୀ କୂଳରେ ପୂଜା ଅର୍ଚ୍ଚନା କରି ଘଟ ସ୍ଥାପନ କରାଯାଇଛି । ମା ଗଡ ଚଣ୍ଡୀ ନିଜ ବେଶ ରେ ଦର୍ଶନ ଦେଉଥିବା ବେଳେ ଆସନ୍ତା କାଲି ସୁନା ବେଶ ରେ ଦର୍ଶନ ଦେବେ। ମନ୍ଦିର ରେ ଶରତକାଳୀନ ଷୋଡଷ ଉପଚାର ପୂଜା ର ଏହି ୧୬ ଦିନ ପୂଜା ସମୟରେ ମାଙ୍କୁ ବିଭିନ୍ନ ମନ୍ତ୍ର,ତନ୍ତ୍ର ରେ ଆବାହନ କରାଯିବାର ରୀତିନୀତି ରହିଛି ।

ସହରର କଟକଚଣ୍ଡୀ ମନ୍ଦିର, ଗଡଚଣ୍ଡୀ ମନ୍ଦିର, ଝାଞ୍ଜରୀମଙ୍ଗଳା ସମେତ ଦୋଳମୁଣ୍ଡାଇ, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ଶଙ୍କରପୁର ଆଦି ଦେବୀ ପୀଠରେ ମଧ୍ୟ ମାଙ୍କର ପୂଜା ଏବଂ ବେଶ ଅନୁଷ୍ଠିତ ହେଉଛି । ତେବେ ଏଥର ଦେବୀ ପୀଠଗୁଡିକ ଖୋଲା ରହିଥିବା ବେଳେ କରୋନା କଟକଣା ଭିତରେ ରହି ସମସ୍ତେ ମାଆଙ୍କ ଦର୍ଶନ ଲାଭ କରି ପାରିବେ ।

Comments are closed.