Latest Odisha News

BREAKING NEWS

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ରାତି ପାହିଲେ ପବିତ୍ର ଦେବ ସ୍ନାନ ପର୍ଣ୍ଣିମା। ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗତକାଲି ପାଇଁ ସମୁଦାୟ ୬୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରୁ ୪ ଜଣ ଏସପି ରାଙ୍କର ଅଫିସରଙ୍କୁ ନିୟୋଜିତ କରାଯାଇଥିବା ବେଳେ ୧୨ ଜଣ ଅତରିକ୍ତ ଏସପି, ୨୨ ଜଣ ଡିଏସପି, ୨୯୦ରୁ ଉର୍ଦ୍ଧ୍ବ ସବ ଇନସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୧୨ ହେଲ୍ପ ଲାଇନ ନମ୍ବର ମଧ୍ଯ ଜାରି କରିଛି ପୋଲିସ୍।

ସେହିପରି ଟ୍ରାଫିକ ବ୍ୟବସ୍ଥା ମଧ୍ଯ କଡାକଡି କରାଯାଇଛ। ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମରଚିକଟ ଛକରୁ ହୋଇଥିବା ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ସ୍ନାନବେଦୀରେ ଦର୍ଶନ କରିବେ ଭକ୍ତ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ ହୋଇଥିବା ବେଳେ କେବଳ ପାସ୍ ଧାରୀ ମାନେ ମରଚିକୋଟ ଚକ ପର୍ଯ୍ୟନ୍ତ ଯାଇପାରିବେ। ସେହିପରି ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଦେଇ ଶ୍ରୀସେତୁ ଦେଇ ଜେବିପିସିରେ ପାର୍କିଂ କରିବେ।

ଶ୍ରୀମନ୍ଦିର ବାହାରେ ଓ ଚତୁର୍ପାର୍ଶ୍ୱରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପହଣ୍ଡି ସମୟରେ ଟିକେଟ୍ ଧାରୀ ମାନେ ଦକ୍ଷିଣଦ୍ବାରରେ ପ୍ରବେଶ କରିବେ। ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ବାକି ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେପଟେ ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.