Panchak and Bada osha at Dhabaleswara : ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି; ୩ ସ୍ଥାନରେ ପାର୍କିଂ …
କଟକ: ପୂଣ୍ୟର ମାସ କାର୍ତ୍ତିକ ମାସରେ ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ । ଭିଡକୁ ନଜରରେ ରଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ସୂଚନା ଦେଇଛନ୍ତି ।
ଏଥିସହ ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ହେବ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ । ପୋଲିସର ମକଡ୍ରିଲ୍ ପରେ କଟକ ଗ୍ରାମାଞ୍ଚଳ ଏସ୍ପି ଏହି ସୂଚନା ଦେଇଛନ୍ତି ।
ପାର୍କିଂ ବ୍ୟବସ୍ଥାକୁ ନେଇ ସୂଚନା ଦିଆଯାଇଛି ଯେ, ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ,୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ହେବ ପାର୍କିଂ ଓ NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି ।
ଏପଟେ ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ । ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ ।
Comments are closed.