Latest Odisha News

ଶାନ୍ତି ଶୃଖଂଳାର ସହ ପୂଜା ପାଳିବା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଚଳିତ ବର୍ଷର ଶାରଦୀୟ ଦୂର୍ଗା ପୂଜା ସହିତ ଲକ୍ଷ୍ମୀ ପୂଜା ପାଳନ ପାଇଁ ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପୂଜା କମିଟିର ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯିବା ସହ ସମ୍ପ୍ରତି ପୂଜା ପୂର୍ବରୁ ଏହାର ସମାଧାନ କରାଯିବା ଲାଗି ନିଷ୍ପତି ନିଆଯାଇଥିଲା । ଏହାସହ ସହର ମଧ୍ୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟକ୍ରମକୁ ପରିଚାଳିତ କରାଯିବା ଲାଗି ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।

ଏହି ପ୍ରସ୍ତୁତି ବୈଠକରେ ଭୁବନେଶ୍ୱର ପୁଲିସ କମିଶନର  ସୌମେନ୍ଦ୍ର ପ୍ରୀୟଦର୍ଶୀ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେଶନର ମେୟର ସୁଲୋଚନା ଦାଶ, ଜଟଣୀ ବିଧାୟକ  ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ବିଧାୟକ(ଉତ୍ତର) ସୁଶାନ୍ତ କୁମାର ରାଉତ, ଆଡିସନାଲ ପୁଲିସ କମିଶନର  ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି  ପ୍ରତୀକ ସିଂହ,  ସୂର୍ଯ୍ୟାଂଶୁ ମୟୁର ବିକାଶ, ଆଡିସନାଲ କମିଶନର ବିଏମସି, ପ୍ରଫୁଲ୍ଲ କୁମାର ସ୍ଵାଇଁ, ଏଡିଏମ ଭୁବନେଶ୍ୱର, ଶ୍ରୀ ଦିଲୀପ କୁମାର ମହାନ୍ତି, ରାଜଧାନୀ ମନ୍ଦିର ସୁରକ୍ଷା କମିଟି, ନୟାପଲ୍ଲି,  ମଧୁମାଧବ ଜେନା, ଉତ୍ତର ଭୁବନେଶ୍ୱର ଭସାଣି କମିଟି, ଚନ୍ଦ୍ରଶେଖରପୁର,  ମନୋରଂଜନ ଦାଶ, କାର୍ଯ୍ୟକାରି ସଭାପତି, ଭୁବନେଶ୍ୱର ଭସାଣି ସମିତି, ଶହୀଦନଗର ଯୋଗଦେଇଥିଲେ ।

 ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଥାନାଧିକାରୀ, ଫାୟାର ସର୍ଭିସ ତଥା ଟିପିସିଓଡ଼ିଏଲର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.