Latest Odisha News

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ଅପରାହ୍ନ ୪ ଟା ପରେ ପର୍ଯ୍ୟଟକମାନଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ଯ୍ୟଟକ ମାନେ ଉଦ୍ୟାନରେ ପ୍ରବେଶ କରିପାରିବେ । ଆଜି ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ଉଦ୍ୟାନ ।

ପ୍ରକୃତି ପ୍ରେମୀଙ୍କ ପାଇଁ ଏବା ବେଶ ଖାସ ସ୍ଥାନ କାରଣ ଏଠାରେ ବିଭିନ୍ନ ପ୍ରକାରର ଫୁଲ ଓ ଗଛ ଦେଖିବାକୁ ମିଳିବ । ଚଳିତବର୍ଷ ଉଦ୍ୟାନରେ ୧୦୦ ରୁ ଅଧିକ କିସମର ଫୁଲ ରୋପଣ କରାଯାଇଛି । ଯାହା ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷଣ କରିବ । ତେବେ ଚଳିତବର୍ଷ ଏକ ଥିମ୍ ମଧ୍ୟ ଏହା ପାଇଁ ରଖାଯାଇଛି । ଏହା ହେଉଛି ଟ୍ବିଲିପ୍ ଗାର୍ଡେନ୍, ଏଥିରେ ଆପଣ ପୁରା ବଗିଚାକୁ ସଜାଯାଇଥିବା ଦେଖିବେ । ଏହା ବ୍ୟତୀତ ମୁଖ୍ୟ ଆକର୍ଷଣ ରହିଛି ୨୨୫ ବର୍ଷ ପୁରୁଣା ଶେଶମ୍ ଗଛ, ପୁଷ୍ପ ଘଣ୍ଟା, 85 ପ୍ରକାର ଫୁଲ ପ୍ରଜାତି ଏବଂ ‘ସେଲଫି ପଏଣ୍ଟ’ ।

ରାଷ୍ଟ୍ରପତିଙ୍କ ଡେପୁଟି ପ୍ରେସ ସଚିବ ନବିକା ଗୁପ୍ତା ସୂଚନା ଦେଇ କହିଛନ୍ତି, ‘ରାଷ୍ଟ୍ରପତି ଭବନ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇସାରିଛି । ଅମୃତ ଉଦ୍ୟାନକୁ ଦେଖିବା ପାଇଁ ୫୦ ହଜାରରୁ ଅଧିକ ଲୋକ ବୁକିଂ କରିଛନ୍ତି ।

ଅମୃତ ଉଦ୍ୟାନକୁ ଟିକେଟ୍ ପାଇଁ, ଆପଣ visit.rashtrapatibhavan.gov.in ରେ ଯାଇ ଅନଲାଇନରେ ଟିକେଟ ବୁକ୍ କରିପାରିବେ । ଏହା ବ୍ୟତୀତ ରାଷ୍ଟ୍ରିୟ ଭବନରେ ସ୍ଥାପିତ କିଓସ୍କ ମେସିନରୁ କିମ୍ବା ସେଠାରେ ଥିବା କାଉଣ୍ଟରରୁ ଟିକେଟ୍ ମଧ୍ୟ ନେଇପାରିବେ । ଏଠାରେ ପ୍ରବେଶ ମାଗଣା ରହିଛି ।

ତେବେ ଗତକାଲି ଉଦଘାଟିତ ହୋଇଯାଇଛି ‘ଉଦ୍ୟାନ ଉତ୍ସବ 2024’ । ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Comments are closed.