Latest Odisha News

BREAKING NEWS

‘ଭାରତରେ ଗରିବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଦିଲ୍ଲୀ: ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଓ ଜଣେ ଗରୀବର ଜୀବନ ଉପରେ ଆଲୋକପାତ କରିଛନ୍ତି ଦୌପଦୀ ମୁର୍ମୁ ।

ସେ ଓଡିଶାର ଯେଉଁ ଏକ ଛୋଟ ପୃଷ୍ଠଭୂମିରୁ ଆସିଛନ୍ତି ସେଠି ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ବି କଷ୍ଟକର । ତଥାପି ଅନେକ ପ୍ରତିବନ୍ଧକ ସତ୍ତେ୍ୱ ତାଙ୍କର ସଙ୍କଳ୍ପ ଦୃଢ ରହିଛି । ଏବଂ ସେ କଲେଜରେ ଶିକ୍ଷା ପ୍ରାପ୍ତ କରିବାର ପ୍ରଥମ ଝିଅ ।ସେ ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ । ତଥାପି ତାଙ୍କ ଧୈର୍ଯ୍ୟ ଓ ଦୃଢ ସଙ୍କଳ୍ପ ପାଇଁ ସେ ଜଣେ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି କହିଛନ୍ତି ଦୌପଦୀ ମୁର୍ମୁ ।

ଏହା ଭାରତ ବର୍ଷର ଗଣତନ୍ତ୍ରର ଶକ୍ତି, ଯାହା ଆଦିବାସୀ ଅଧ୍ୟୁଷିତ ଇଲାକାର ଅତି ଗରୀବ ପରିବାରର ଜଣେ ଝିଅକୁ ଆଜି ଦେଶର ସର୍ବୋଚ୍ଚ ପଦରେ ପହଞ୍ଚାଇପାରିଛି । ରାଷ୍ଟ୍ରପତି ପଦରେ ପହଞ୍ଚିବା ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଭାରତର ପ୍ରତିଟି ଗରୀବର ଉପଲବ୍ଧି । ‘ଆଜିର ଦିନ ପ୍ରମାଣ କରୁଛି ଯେ, ଭାରତ ବର୍ଷରେ ଜଣେ ଗରୀବ ସ୍ୱପ୍ନ ଦେଖିପାରେ, ତାକୁ ପୂରଣ ବି କରିପାରେ’ ବୋଲି ସାରା ଦେଶବାସୀଙ୍କୁ ଆଜି ବାର୍ତ୍ତା ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

Leave A Reply

Your email address will not be published.