Latest Odisha News

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଭୟଭୀତ ଥିବା କହିଲେ ରାଷ୍ଟ୍ରପତି

କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏବେ ବର୍ବରତାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିକ୍ରିୟା ରଖିଛନ୍ତି।

ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ସେ ନିରାଶ ଓ ଭୟଭୀତ ଥିବା ପ୍ରକାଶ କରିଛନ୍ତି। ପ୍ରାୟ ସବୁ କ୍ଷେତ୍ରରେ ଗୋଟିଏ ନିନ୍ଦନୀୟ ମାନସିକତା ମହିଳାମାନଙ୍କୁ କମ ମଣିଷ, କମ ଶକ୍ତିଶାଳୀ, କମ ଦକ୍ଷତାପୂର୍ଣ୍ଣ ଓ କମ ବୁଦ୍ଧିମତା ଭାବେ ଦେଖି ଚାଲିଛି।

ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, ‘ଏହି ବିକ୍ରୁତ ମାନସିକତାକୁ ଆମେ ବ୍ୟାପକ ଭାବରେ ମୁକାବିଲା କରିବା ଉଚିତ ଯାହା ଦ୍ବାରା ଏହା ଆରମ୍ଭରୁ ହିଁ ବନ୍ଦ ହୋଇପାରିବ।

ପ୍ରାୟ ସବୁ କ୍ଷେତ୍ରରେ ଗୋଟିଏ ନିନ୍ଦନୀୟ ମାନସିକତା ମହିଳାମାନଙ୍କୁ କମ ମଣିଷ, କମ ଶକ୍ତିଶାଳୀ, କମ ଦକ୍ଷତାପୂର୍ଣ୍ଣ ଓ କମ ବୁଦ୍ଧିମତା ଭାବେ ଦେଖି ଚାଲିଛି।

ଯେଉଁମାନେ ଏପରି ଦୃଷ୍ଟିକୋଣ ରଖୁଛନ୍ତି ସେମାନେ ମହିଳାମାନଙ୍କୁ ବସ୍ତୁ ଭାବରେ ଦେଖନ୍ତି। ଏବେ ସମୟ ଆସିଯାଇଛି ଆମ ଝିଅ ମାନଙ୍କୁ ଆମ ଭୟରୁ ମୁକ୍ତି ଦେଇପାରିବା। ଯାହା ଝିଅମାନଙ୍କ ପ୍ରତି ଆମର ଦାୟିତ୍ବ।

ତେବେ ସେ ଆହୁରି ମଧ୍ଯ କହିଛନ୍ତି ଯେ, ଆମକୁ ଇତିହାସର ସାମ୍ନା କରିବାକୁ ହେବ। ଇତିହାସର ସାମ୍ନା କରିବାକୁ ଭୟ କରୁଥିବା ସମାଜ ହିଁ ସାମୂହିକ ସ୍ମୃତିଲୋପର ସାହାରା ନେଇଥାଏ। ଭାରତର ଇତିହାସକୁ ସିଧାସଳଖ ସାମ୍ନା କରିବା ଦରକାର।

Comments are closed.