Latest Odisha News

BREAKING NEWS

ମେ ୧୯ରେ ସାବରୀମାଳା ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ କେରଳ ଗସ୍ତରେ ଯିବେ। ସେ ମେ ୧୮ରେ କେରଳ ଓ ମେ ୧୯ରେ କେରଳର ପ୍ରସିଦ୍ଧ ସାବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପୂଜା କରିବେ। ସେଠାରେ ସେ ମେ ୧୮ ତାରିଖରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ରେ ଯୋଗ ଦେବାର ଆୟୋଜନ ରହିଛି। ଦିନକ ପରେ ପରଦିନ ରାଷ୍ଟ୍ରପତି ନୀଳକ୍କଳ ହେଲିପ୍ୟାଡ ଯିବେ। ସେଠାରୁ ସେ ମନ୍ଦିର ଅଭିମୁଖେ ଯାତ୍ରା କରି ପମ୍ପା ବେସ୍ କ୍ୟାମ୍ପରେ ପହଞ୍ଚିବେ।

ତେବେ ଇତିହାସରେ ଏପରି ପ୍ରଥମ ଥର ହେବାକୁ ଯାଉଛି ଯେ ଦେଶର ରାଷ୍ଟ୍ରପତି ସାବରୀମାଳା ମନ୍ଦିରକୁ ଯାଇ ପୂଜା କରିବେ।ଏହାକୁ ନେଇ ମନ୍ଦିର ପରିଚାଳନା କରୁଥିବା ତ୍ରୱାଙ୍କୋର୍ ଦେବସ୍ୱମ ବୋର୍ଡ (ଟିଡିବି) ତରଫରୁ ସୂଚନା ଜାରି କରାଯାଇଛି।

ରାଷ୍ଟ୍ରପତି ପମ୍ପା ବେସ୍ କ୍ୟାମ୍ପରୁ ଅନ୍ୟ ତୀର୍ଥଯାତ୍ରୀଙ୍କ ପରି ୪.୨୫ କିଲୋମିଟର ପଦଯାତ୍ରା କରିବେ କିନ୍ତୁ ଯଦି ଦରକାର ପଡେ ତେବେ ସୁରକ୍ଷା କାରଣ ରୁ ସେ କାର ଯୋଗେ ମଧ୍ୟ ଯାତ୍ରା କରିପାରିବେ ବୋଲି ଜଣାପଡିଛି। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ସୁରକ୍ଷା ତଦାରଖ କରିଥିବା special protection group SPG (ଏସପିଜି) ହିଁ ନେବ ବୋଲି ଜଣାପଡିଛି।

ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡର ସଭାପତି ପି.ଏସ୍. ପ୍ରଶାନ୍ତ କହିଛନ୍ତି ଯେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ସାବରୀମାଳା ମନ୍ଦିର ପରିଦର୍ଶନ କରିବେ ଯାହାକି ଅତ୍ୟନ୍ତ ଗର୍ବର ବିଷୟ ଅଟେ। ଆସନ୍ତା ମେ ୧୪ରୁ ମାସିକ ପୂଜା ପାଇଁ ମନ୍ଦିରଗୁଡ଼ିକ ଖୋଲାଯିବ। ସାଧାରଣତଃ ପ୍ରଭୁ ଆୟାପ୍ପାଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ମନ୍ଦିରକୁ ଆସିଥାନ୍ତି କିନ୍ତୁ ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ମନ୍ଦିର ପ୍ରଶାସନ ମେ ୧୮ ଏବଂ ୧୯ରେ ତୀର୍ଥଯାତ୍ରୀଙ୍କ ପାଇଁ ଭର୍ଚୁଆଲ୍ କ୍ୟୁ ଟିକେଟ୍ ସେବାକୁ ସ୍ଥଗିତ ରଖିଛି।

Comments are closed.