Latest Odisha News

ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁୂବନେଶ୍ୱର: ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଓଡ଼ିଶା ଗସ୍ତରେ ଦ୍ବିତୀୟ ଥର ଆସିବେ ଦ୍ରୌପଦୀ ମୁର୍ମୁ। ଫେବୃଆରୀ ୧୦ ତାରିଖ ଦିନ ସେ ଭୁବନେଶ୍ୱର ଗସ୍ତରେ ଆସି ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବେ। ଏ ନେଇ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି।

ଫେବୃଆରୀ ୧୦ ତାରିଖ ଦିନ ଅପରାହ୍ନ ୪ଟା ୧୫ ମିନିଟରେ ସମାବର୍ତ୍ତନ ଉତ୍ସବ ରହିଛି। ଏହା ପୂର୍ବରୁ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ। ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ସେ ରାଜଭବନରେ ଅବସ୍ଥାନ କରିବେ। ୧୧ ତାରିଖ ଦିନ ସକାଳ ୯ଟା ୧୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିବେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ଗତବର୍ଷ ନଭେମ୍ବର ୧୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ପୁରୀ ଯାଇ ମହାପ୍ରଭୁଙ୍କୁ ଏହି ଅବସରରେ ଦର୍ଶନ କରିବା ସହିତ ଭୁବନେଶ୍ବରରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.