Latest Odisha News

ମହାରାଷ୍ଟ୍ରରେ ଲାଗୁହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଉପୁଜିଥିବା ରାଜନୈତିକ ସଙ୍କଟ ଯୋଗୁଁ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ରାଜ୍ୟରେ ୩୬୫ ଧାରା ଲାଗୁ ନିମନ୍ତେ ଗୃହୀତ ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାଫଳ ସ୍ୱରୂପ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁହୋଇଛି । ପଞ୍ଜାବ ଗସ୍ତରୁ ଫେରିବା ପରେ ଏହି ଫାଇଲରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ।

ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ୨୦ ଦିନ ପରେବି କୌଣସି ବି ଦଳ ସରକାର ଗଠନ କରିବାରେ ବିଫଳ ହୋଇଛନ୍ତି। ଫଳରେ ଉପୁଜିଥିବା ପରିସ୍ଥିତିରେ ରାଜ୍ୟପାଳ ଭଗତ ସିଂ କେଶ୍ୟୋରୀ ରାଜ୍ୟରେ ୩୫୬ ଧାରା ଲାଗୁ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। କେନ୍ଦ୍ର କ୍ୟାବିନେଟ ଏହି ସୁପାରିଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଇଥିଲା । ତେବେ ରାଜ୍ୟପାଳ ସରକାର ଗଢିବା ଲାଗି ଅଧିକ ସମୟ ଦେଇନଥିବାରୁ ତା ବିରୋଧରେ ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ସୋମବାର ରାତିରେ ରାଜ୍ୟପାଳ ଏନସିପିକୁ ସରକାର ଗଠନ ପାଇଁ ଡାକି ମଙ୍ଗଳବାର ସଂଧ୍ୟା ସାଢେ ୮ଟା ସୁଦ୍ଧା ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ କରିବାକୁ ସମୟସୀମା ଧାର୍ଯ୍ୟ କରିଥିଲେ ।

ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ଏନସିପି ରାତି ସାଢେ ୮ଟା ସୁଦ୍ଧା ଆବଶ୍ୟକୀୟ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରିପାରିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଜଣାଇଥିଲା ।

ତେବେ କୌଣସି ଦଳ ସରକାର ଗଢିବା ଲାଗି ସମର୍ଥ ନଥିବା ରାଜ୍ୟପାଳ ଭଗତ ସିଂ କେଶ୍ୟୋରୀ ନିଶ୍ଚିତ ହୋଇଯିବା ପରେ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ୩୫୬ ଧାରା ଲାଗୁ ନିମନ୍ତେ ସୁପାରିଶ କରିଥିଲେ। ପଞ୍ଜାବ ଗସ୍ତରୁ ଫେରିବା ପରେ ଏହି ଫାଇଲରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ।

Comments are closed.