Latest Odisha News

BREAKING NEWS

ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିଛନ୍ତି ।

ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟସଭାରେ ମନୋନୀତ ସଦସ୍ୟଙ୍କ ପାଇଁ ଉଦିଷ୍ଟ ଆସନରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଜଷ୍ଟିସ ଗୋଗୋଇଙ୍କୁ ମନୋନୀତ କରାଯାଇଥିବା ଏହି ବିଜ୍ଞପ୍ତି ରେ ସୂଚିତ କରାଯାଇଛି ।

ତେବେ ଜଣେ ପୂର୍ବତନ ପ୍ରଧାନ ବିଚାରପତି ଭାବେ ରାଜ୍ୟସଭାର ମନୋନୀତ ସଦସ୍ୟ ହେବାରେ ଜଷ୍ଟିସ ଗୋଗୋଇ ହେଉଛନ୍ତି ପ୍ରଥମ । ପୂର୍ବରୁ ଜଷ୍ଟିସ ରଙ୍ଗନାଥ ମିଶ୍ର ଅବସର ପରେ କଂଗ୍ରେସ ଦଳରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ ।

ଉତ୍ତର ପୂର୍ବାଞ୍ଚଳର ପ୍ରଥମ ବ୍ୟକ୍ତି ଭାବେ ଭାରତର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଥିବା ଜଷ୍ଟିସ ଗୋଗୋଇ ନଭେମ୍ବର ୨୦୧୯ ରେ ଅବସର ଗ୍ରହଣ କରିଥିଲେ । ସେ ଦୀର୍ଘ ୧୩ ମାସ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ ଅଯୋଧ୍ୟା ରାମଜନ୍ମଭୂମି ମାମଲା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇଥିଲେ ।

Leave A Reply

Your email address will not be published.