Latest Odisha News

BREAKING NEWS

କୋଭିଡ-୧୯: ଭିଡ଼ିଓ କନଫରେନ୍ସ ଜରିଆରେ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ଦେଶର ସମସ୍ତ ରାଜ୍ୟପାଳମାନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଭିଡିଓ ବାର୍ତ୍ତା କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ‘ରେଡକ୍ରସ’ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଯେଉଁ ରାଜ୍ୟଗୁଡ଼ିକରେ ଏପର୍ଯ୍ୟନ୍ତ କୋଭିଡ-୧୯ର ସ୍ଥିତି ଖରାପ ଅଛି, ସେହି ରାଜ୍ୟରଗୁଡ଼ିକର ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ସମ୍ବୋଧନ ।

ତେବେ ଏହି କନଫ୍ରେନସିଂ ସମୟରେ ରାଷ୍ଟ୍ରପତି କୋଭିଡ-୧୯ ସଂପର୍କରେ ମଧ୍ୟ ସମୀକ୍ଷା କରିବା ନେଇ ଜଣାପଡିଛି।

ଭାରତରେ ୧୦୦୦ରୁ ଉର୍ଦ୍ଧ୍ବ ରେଡକ୍ରସର ଶାଖା ରହିଥିବା ବେଳେ ରାଷ୍ଟ୍ରପତି ଏହି ସଂଗଠନରେ ସଭାପତି ଅଛନ୍ତି ।

Leave A Reply

Your email address will not be published.