Latest Odisha News

BREAKING NEWS

ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୟାଗଡ ଜିଲ୍ଲା କଣ୍ଟିଲୋର ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ତାଙ୍କ ସହିତ ରାଜ୍ୟପାଳ ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ‘ଆରତୀ’ ମଧ୍ଯ କରିଥିଲେ। ଖଣ୍ଡପଡ଼ା ବ୍ଲକରେ ମହାନଦୀ କୂଳ ନିକଟରେ ଅବସ୍ଥିତ ଏହି ମନ୍ଦିର।

ଅପରପକ୍ଷରେ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଛନ୍ତି ରାଷ୍ଟ୍ରପତି ।

Comments are closed.