Latest Odisha News

BREAKING NEWS

ରୂପାର ଗାଈ ଦାନ କଲେ ରାଷ୍ଟ୍ରପତି

ଯାଜପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଜିଲ୍ଲାର ମା ବିରଜା ମନ୍ଦିର ପରିସରରେ ଥିବା ଏକ ପବିତ୍ର ସ୍ଥାନ ନାଭି ଗୟାରେ ମଙ୍ଗଳବାର ଦିନ ‘ପିଣ୍ଡା ଦାନ’ କରିଛନ୍ତି। ଏହି ଅବସରରେ ସେ ଦକ୍ଷିଣା ସ୍ୱରୂପ ରୂପାର ଗାଈ ଦାନ କରିଛନ୍ତି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ସକାଳ ୯.୫୦ ସମୟରେ ୧୩ଶ ଶତାବ୍ଦୀର ଏହି ଶକ୍ତି ପୀଠରେ ପହଞ୍ଚିଥିଲେ। ସେ ସିଂହଦ୍ୱାରରେ ପୂଜା କରିବା ପରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ସହ ଶ୍ରାଦ୍ଧ ପୂଜାରେ ଅଂଶଗ୍ରହଣ କରିଥିଲେ। ସେ ପ୍ରତୀକାତ୍ମକ ଭାବରେ ଏକ ରୂପା ଗାଈ ଅର୍ପଣ କରିଥିଲେ ଏବଂ ପାରମ୍ପରିକ ପ୍ରଥା ଅନୁସରଣ କରି ଏଗାର ଜଣ ବ୍ରାହ୍ମଣଙ୍କୁ ‘ଦକ୍ଷିଣା’ ପ୍ରଦାନ କରିଥିଲେ। ପ୍ରାୟ ୪୫ ମିନିଟ୍ ଧରି ଚାଲିଥିବା ଏହି ପୂଜା, ପୂଜାରୀ ହିମାଂଶୁ ଶେଖର ପତି ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂଜକ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଞ୍ଜନ ପାଣି ଏବଂ କଲ୍ୟାଣ ପାଣିଙ୍କ ଦ୍ୱାରା କରାଯାଇଥିଲା।

ଏହା ପରେ ସେ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରି ମନ୍ଦିରରେ ପ୍ରାର୍ଥନା କରିଥିଲେ। “ରାଷ୍ଟ୍ରପତି ପ୍ରାୟ ୨୦ ମିନିଟ୍ ଧରି ପ୍ରାର୍ଥନା କରିଥିଲେ। ଆହୁରି ମଧ୍ୟ ସେ ‘ପିଣ୍ଡ ଦାନ’ ପୂଜା କରିଥିବା ଚାରି ଜଣ ପୂଜକଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଥିବା ନେଇ ପ୍ରକାଶ କରିଛନ୍ତି ପୂଜକ।

 

Comments are closed.