ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ପ୍ରୟାଗରାଜ ଗସ୍ତରେ ଯିବେ। ସେଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ।
ସୂଚନା ଅନୁଯାୟୀ, ଏହି ସମୟରେ ସେ ମହାକୁମ୍ଭରେ ବୁଡ଼ ମଧ୍ଯ ପକାଇବେ। ସେ ସଙ୍ଗମରେ ସ୍ନାନ କରିବା ସହିତ ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିରରେ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ।
ଏହି ଅବସରରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ରାଷ୍ଟ୍ରପତି ସୋମବାର ସକାଳେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମହାକୁମ୍ଭରେ ପବିତ୍ର ସ୍ନାନ କରିଥିଲେ। ତେବେ ରାଷ୍ଟ୍ରପତି ସନ୍ଧ୍ୟା ୬ଟାରେ ପ୍ରୟାଗରାଜରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
Comments are closed.