Latest Odisha News

BREAKING NEWS

ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ  ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ପ୍ରଥମେ ଆଜି ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି ।   ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ,ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି  ।  ଏଠାରେ ସମସ୍ତ ଛାତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

BjdElectrycity

ପରେ ୟୁନିଟ ୨ରେ ଥିବା କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସକାଳ ୧୦ଟାରେ ରାଜଭବନ ଫେରିବେ ମହାମହିମ । ୧୧ଟା ୪୦ରେ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଆଜିର ବ୍ୟସ୍ତବହୁଳ ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧ଟା ୧୫ରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ।

Leave A Reply

Your email address will not be published.