Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବି ସିହ୍ନାଙ୍କୁ ପଛରେ ପକାଇ ମୁର୍ମୁ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣତି ସରିଛି । ଦ୍ୱିତୀୟ  ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ୍ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ରହିଛନ୍ତି । ମୁର୍ମୁଙ୍କୁ ଦ୍ୱିତୀୟ ରାଉଣ୍ଡରେ ୮୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩୨୯ ଭୋଟ୍ ।

ଦ୍ୱିତୀୟ ରାଉଣ୍ଡରେ ୧୦ଟି ରାଜ୍ୟର ମୋଟ ୧୧୩୮ ଖଣ୍ଡ ଭୋଟ ଗଣତି ହୋଇଛି । ଗଣତି ହୋଇଥିବା ମୋଟ ଭୋଟର ମୂଲ୍ୟ ୧, ୪୯, ୫୭୫ । ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ରାଉଣ୍ଡରେ ୮୦୯ ଭୋଟ ପାଇଛନ୍ତି । ଯାହାର ମୂଲ୍ୟ ୧, ୦୫, ୨୯୯ । ସେହିଭଳି ଦ୍ୱିତୀୟ ରାଉଣ୍ଡରେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩୨୯ ଭୋଟ । ଯାହାର ମୂଲ୍ୟ ୪୪, ୨୭୬ ।

ଦ୍ୱିତୀୟ ରାଉଣ୍ଡର ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡର ଭୋଟ୍ ଗଣତି ହୋଇଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଥିଲା ୨୦୮ ଭୋଟ୍ । ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଥିଲା ।

Leave A Reply

Your email address will not be published.