Latest Odisha News

BREAKING NEWS

ସ୍କୁଲ ବସରେ ଲାଗିଲା ନିଆଁ। ବଡ ଦୁର୍ଘଟଣାରୁ ବର୍ତ୍ତିଲେ ୨୧ ଛାତ୍ରଛାତ୍ରୀ

ଦିଲ୍ଲୀ  : ଅଳ୍ପକେ ବିପଦରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ।  ରାଜଧାନୀ ଦିଲ୍ଲୀରେ ରୋହିଣୀ ଅଞ୍ଚଳରେ ଦ୍ୱିପ୍ରହରରେ ବଡ ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ପୂରା ବସରେ ନିଆଁ ବ୍ୟାପିଯାଇଥିଲା ।

ବସରେ ନିଆଁ ଲାଗିଯାଇଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ହେଲେ ସେଥିରୁ ବହୁକଷ୍ଟରେ ଉଦ୍ଧାର ପାଇଯାଇଛନ୍ତି ଛାତ୍ରଛାତ୍ରୀ।  ବସରେ ୨୧ ଜଣ ସ୍କୁଲ ପିଲା ବସିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ଦମକଳବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁଇଟି ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛନ୍ତି । ଏହାର ପ୍ରଭାବରେ ପାଖରେ ଥିବା ୩ଟି ଗାଡି ମଧ୍ୟ ପ୍ରଭାବିତ ହୋଇଛି ।

ତେବେ ସ୍କୁଲରୁ ପିଲାଙ୍କୁ ନେଇ ଯାଉଥିବା ଏହି ବସଟିରେ କିଭଳି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ଅଧିକ ଛାନ୍ ଭିନ୍ ଜାରି ରହିଛି।

Leave A Reply

Your email address will not be published.