Latest Odisha News

BREAKING NEWS

ରାଜ୍ୟରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ବର : ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ପଦକ। ପୋଲିସ ଅଧିକାରୀ ମାନଙ୍କର ଉତ୍ତମ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଏହି ପଦକ ଘୋଷଣା ହୋଇଛି । ଓଡ଼ିଶାରୁ ଗୁଇନ୍ଦା ନିର୍ଦ୍ଦେଶକ ରାଧା ପିଷନ ଶର୍ମା ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ । ଏହା ସହ ୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି।

ସେହିପରି ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ଅତିରିକ୍ତ ପୋଲିସ ଅଧିକ୍ଷକ ରବୀନ୍ଦ୍ର ଦାସ, ଅତିରିକ୍ତ ପୋଲିସ ଅଧିକ୍ଷକ ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଳ ଗୌତମ ପାତ୍ର, ସୁବେଦାର ହେମନ୍ତ ବାହାଦୁର ଓ ଏସଓଜି ଡେପୁଟି କମାଣ୍ଡାଣ୍ଟ ବୁଦ ତମାଙ୍ଗକୁ ପୋଲିସ ପଦକ ପ୍ରଦାନ କରାଯିବ ।

Leave A Reply

Your email address will not be published.