Latest Odisha News

BREAKING NEWS

ରାଷ୍ଟ୍ରପତି ପୁରସ୍କାର ପାଇବ‌େ ଶୁୁଭକାନ୍ତ ପ୍ରଧାନ

ଭୁବନେଶ୍ବର: ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବ‌ାକୁ ଯାଉଛନ୍ତି ଶୁୁଭକାନ୍ତ ପ୍ରଧାନ। ଯିଏକି କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦ‌େଶାଳୟ (ଡି.ଆର୍ ଆଇ) ଭୁବନେଶ୍ବରର ସିନିୟର୍ ଇଣ୍ଟ‌େଲିଜେନ୍ସ ଅଫିସର ଭାବ‌େ କାର୍ଯ୍ୟରତ।

ଶୁଭକାନ୍ତ ୨୦୨୧ ବର୍ଷ ଲାଗି କେନ୍ଦ୍ର ସରକାରଙ୍କ ଦ୍ବାରା ଯ‌ୋଗ୍ୟ ବିବେଚିତ ହ‌ୋଇଛନ୍ତି। ସ‌େ ୧୯୯୪ ମସିହାରୁ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ଅଫିସର୍ ବିଭିନ୍ନ ବିଭାଗର‌େ ନିରୀକ୍ଷକ ଭାବ‌େ କାର୍ଯ୍ୟ କରିଥିଲ‌େ। ପର‌େ ଅଧିକ୍ଷକ ଭାବ‌େ କାର୍ଯ୍ୟ କରି ପ୍ରଶଂସିତ ହ‌ୋଇଛନ୍ତି।

ତେବେ ଶୁଭକାନ୍ତ କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ଗ୍ରାମର ବାସିନ୍ଦା। ସ‌େ ଉକ୍ତ ଗ୍ରାମର ସ୍ବର୍ଗତଃ ବ୍ରଜବନ୍ଧୁ ପ୍ରଧାନଙ୍କ ପୁଅ ଅଟନ୍ତି।

Comments are closed.