Latest Odisha News

BREAKING NEWS

ଅନୁଗୁଳରେ ହୃଦଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

ଅନୁଗୁଳ : ପ୍ରିଜାଇଡିଂ ଅଫିସରଙ୍କ ପରଲୋକ । ବୁଧବାର ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତାପୂର୍ବରୁ ହୃଦଘାତରେ ପ୍ରଜାଇଡିଂ ଅଫିସରଙ୍କ ପରଲୋକ ହୋଇଛି । କିଶୋରନଗର ବ୍ଲକ ରଜ।ମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।

ଚଳିତଥର ପଞ୍ଚାୟତ ନିର୍ବାଚନରେ ବନରପାଳ ବ୍ଲକରେ ପ୍ରିଜାଇଡିଂ ଅଫିସର ରୂପେ ଯୋଗଦେବା ପାଇଁ ଘରୁ ବାହାରୁଥିବା ବେଳେ ଶୁଭେନ୍ଦୁ ଛାତିରେ ଯନ୍ତ୍ରାଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କିଶୋରନଗର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.