ସୁବର୍ଣ୍ଣପୁର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ହେଉଥିବା ଏହି ନିର୍ବାଚନାରେ ମତଦାତାଙ୍କ ଭାଗିଦାରି କିଭଳି ଅଧିକ ରହିପାରିବ ସେନେଇ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିବେଦନ କରିଛନ୍ତି।
ନିର୍ବାଚନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ବର୍ତ୍ତମାନ ସମାପ୍ତ ହୋଇଥିବା ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ସୋନପୁର ଓ ବିରମହାରାଜପୁର ନନିର୍ବାଚନ ମଣ୍ଡଳୀର ୧୨ ହଜାର ୨୨ ଜଣ ଯୁବ ଭୋଟରଙ୍କ ସହିତ ମୋଟ ୪ ଲକ୍ଷ ୭୦ ହଜାର ୪୯ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ଏଥିପାଇଁ ଉଭୟ ନିର୍ବାଚନ ମଣ୍ଡଳିରେ ୫ ଶହ ୮୬ ଟି ପୋଲିଙ୍ଗ ଷ୍ଟେସନ କରାଯାଇଛି।
ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା କିପରି ବାଧାପ୍ରାପ୍ତ ନହୁଏ ସେନେଇ ଜିଲ୍ଲା ପୋଲିସ ମଧ୍ୟ ସଜାଗ ରହିଥିବା ଅରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ୪ ଏମକୁ ନେଇ ପୋଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି। ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚକୁ କଡାକଡି କରାଯିବା ସହିତ ବେଆଇନ କାର୍ଯ୍ୟ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।
Comments are closed.