Latest Odisha News

BREAKING NEWS

ଇଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇଂଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୨୦ଟି ବହି ଉନ୍ମୋଚନ କରିବେ । ଏହି ବହି ଗୁଡିକ ଓଡ଼ିଆରେ ଟ୍ରାନ୍ସଲେଟ୍ କରାଯାଇଛି । ପୂର୍ବାହ୍ନ ସାଢେ ୧୧ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଏହି ବହି ଗୁଡିକୁ ଉନ୍ମୋଚନ କରିବେ ।

ଆଜି ଜାତୀୟ ଶିକ୍ଷା ଦିବସ । ବିଟେକ୍ ପ୍ରଥମ ବର୍ଷ  ପାଇଁ ୯ଟି ଓ ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୧୧ଟି ବହି ଓଡ଼ିଆରେ ଅନୁବାଦ କରାଯାଇଛି । ବୈଷୟିକ ଶିକ୍ଷା ବିଭାଗ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଓଡ଼ିଆ ଷ୍ଟଡିଜ୍ ଆଣ୍ଡ୍ ରିସର୍ଚ୍ଚର ସହଯୋଗରେ ବହିଗୁଡିକୁ ଅନୁବାଦ କରାଯାଇଛି । ଏଥିପାଇଁ ଓଡିଶାର ଆଇଆଇଟି, ଆଇଆଇଆଇଟି ଓ ଏନଆଇଟି-ଆର୍ ବିଶ୍ୱବିଦ୍ୟାଳୟର ପ୍ରାୟ ୬୪ଜଣ ବିଶେଷଜ୍ଞଙ୍କୁ ଅନୁବାଦ ପାଇଁ ଚୟନ କରାଯାଇଥିଲା ।

ବହି ଓ ପୋର୍ଟାଲ ଲଞ୍ଚ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।

Comments are closed.