ନୂଆଦିଲ୍ଲୀ: ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ବର୍ଷ ମାନଙ୍କରେ ପୁରା ଦୁନିଆରେ ପ୍ରଳୟ କରିଥିବା କରୋନା । କରୋନା ସତେ ଯେମିତି ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଥିଲା । ତେବେ ଏବେ ବି କରୋନା ସମ୍ପୁର୍ଣ୍ଣ ଭାବରେ ଦୁନିଆରୁ ଯାଇନି । ଏବେବି ସେ ତାର କାୟା ବିସ୍ତାର କରିବାକୁ ସୁଯୋଗ ଅପେକ୍ଷାରେ । ଏହି ରୋଗ ପାଇଁ ଟୀକା ବାହାରିଥିଲେ ମଧ୍ୟ କୋଟି କୋଟି ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲା ଏହି ରୋଗ । ତେବେ କେବଳ କରୋନା ନୁହେଁ ଏମିତି ଅନେକ ରୋଗ ରହିଛି ଯାହାକୁ ଭଲ କରିବା ପାଇଁ ଔଷଧ ତିଆରି ହୋଇପାରିନାହିଁ । ଆହୁରି ମଧ୍ୟ ଏମିତି ଅନେକ ରୋଗ ଅଛି ଯାହାର ଔଷଧ ଆକାଶଛୁଆଁ । ଯାହାକୁ ଜଣେ ସାଧାରଣ ଲୋକଟିଏ କିଣିବା କାଠିକର ପାଠ ହୋଇଥାଏ । ତେବେ କଣ ଆପଣ ଦୁନିଆର ସବୁଠାରୁ ମହଙ୍ଗା ଔଷଧ ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…
ଦୁନିଆର ସବୁଠାରୁ ଦାମୀ ଔଷଧର ବ୍ୟବହାର SMA ବା ସ୍ପାଇନାଲ ମସ୍କ୍ୟୁଲାର ଏଟ୍ରୋଫି ପାଇଁ ବ୍ୟବହୃତ ହୋଇଥାଏ । SMA ରୋଗର ଚିକିତ୍ସାରେ ଜୋଲୋଗେଜମା ନାମକ ଔଷଧ ବ୍ୟବହୃତ ହୋଇଥାଏ । ଏହି ଔଷଧ ଏଡୱାର୍ଡକୁ ଦିଆଯାଉଛି । ପ୍ରକୃତରେ ଏହା ହେଉଛି ଜିନ୍ ଥେରାପି । ଏହି ରୋଗରେ ପୀଡିତ ରୋଗୀଠାରେ ମାଂସପେଶିର ଅଭିବୃଦ୍ଧି ପାଇଁ ଆବଶ୍ୟକ ପ୍ରୋଟିନର ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ରୋଗିର ଶାରିରିକ ବିକାଶ ହୋଇନଥାଏ । ସେ ଚଳପ୍ରଚଳ କରି ପାରିନଥାଏ । ନା ରୋଗୀ ଠିକରେ ବସି ପାରେ ନା ଚାଲିପାରେ । ଏଭଳି ରୋଗୀଙ୍କ ପାଇଁ ଜୋଗୋଗେଜମା ସଂଜିବନୀ ବୋଲି କୁହାଯାଏ । SMA ରୋଗ ପାଇଁ ଏହା ଅଦଭୂତ କାର୍ଯ୍ୟ କରିଥାଏ । ଏହି ଜିନ୍ ଥେରାପି ଆଶ୍ଚର୍ଯ୍ୟଜନକ ଭାବେ ରୋଗୀକୁ ଠିକ କରିଥାଏ । ଏହାର ଦାମ ୧.୭୯ ମିଲିୟନ ପାଉଣ୍ଡ । ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୧୮ କୋଟି ଟଙ୍କା । ଏଡୱାର୍ଡକୁ ଏହି ଔଷଧ ଦିଆଯିବା ପରେ ସେ ପ୍ରାୟତଃ ଠିକ ହୋଇଯାଇଛି ।
ଓନାସେମ୍ନୋଜିନ ଆବେପାର୍ଭୋଭେକ, ଜୋଲଗେନ୍ସମା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି କିଛି ପ୍ରକାରର ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫି (SMA) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅତିକମରେ ୨ ମାସ କର୍ଟିକୋଷ୍ଟେରଏଡ ବ୍ୟବହାର ସହିତ ଏହାର ଏକ ମାତ୍ର ଇଞ୍ଜେକସନ ଏକ ଶିରାରେ ଧୀରେ ଧୀରେ ଦିଆଯାଏ। ଏହା ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ବର୍ଦ୍ଧିତ ଯକୃତ ଏନଜାଇମ୍ ହୋଇପାରେ । ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ବିଫଳତା ଏବଂ କମ୍ ପ୍ଲାଟେଲେଟ୍ ସ୍ତର ଅନ୍ତର୍ଭୁକ୍ତ ହୋଇପାରେ । ହୃତ୍ପିଣ୍ଡର କ୍ଷତି ହେବାର ପ୍ରମାଣ ମଧ୍ୟ ଅଛି; ତଥାପି ଏହା ଅସ୍ପଷ୍ଟ ମହତ୍ତ୍ୱପୂର୍ଣ୍ଣ । ଓନାସେମୋଜେନ ଆବେପାରଭୋଭେକ ହେଉଛି ଏକ ପ୍ରକାର ଜିନ ଚିକିତ୍ସା ଏବଂ ଜିନର ଏକ ନୂତନ କପି ପ୍ରଦାନ କରି କାର୍ଯ୍ୟକ୍ଷମ ହୁଏ ଯାହା ମାନବ ଏସଏମଏନ୧ ପ୍ରୋଟିନ୍ ତିଆରି କରେ ।