Latest Odisha News

BREAKING NEWS

ଆସିଲା ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଏହି ପୋଷ୍ଟମର୍ଟମ ରିପୋର୍ଟକୁ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ତେବେ ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ ଫରେନ୍‌ସିକ ଲାବରେଟୋରୀକୁ ପଠାଯାଇଛି । ଏହାସହ ଘଟଣାର ସତ୍ୟାସତ୍ୟ ପାଇଁ ଭିସେରା ରିପୋର୍ଟ ଏବଂ ରକ୍ତ ନମୁନା ରିପୋର୍ଟକୁ ଆପେକ୍ଷା କରାଯାଇଛି । ସବୁ ରିପୋର୍ଟ ମେଳ ଖାଇବା ପରେ ଚିତ୍ତରଞ୍ଜନଙ୍କ ମୃତ୍ୟ ଉପରୁ ପରଦା ହଟିବ ବୋଲି ପାଲିସ କହିଛି ।

ଅନ୍ୟପଟେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଥିବା ବେଳେ, ଆଜି ୪ ଜଣଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ । ରାଜ୍ୟ ଫରେନସିକ ଲାବରେଟୋରୀରେ ୪ ଜଣଙ୍କର ଲାଇ ଡିଟେକ୍ସନ ହୋଇଛି । ହତ୍ୟା ଘଟଣାରେ ତଦନ୍ତର ଅଗ୍ରଗତି ପରଖିବାକୁ ଶନିବାର ପୁରୀରେ ପହଞ୍ଚି ତଦାରଖ କରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ମାମଲାରେ କ୍ରାଇମବ୍ରାଞ୍ଚ ସବୁ ଦିଗକୁ ନେଇ ତଦନ୍ତ କରୁଛି । ସବୁ ସାକ୍ଷୀଙ୍କ ଜେରା କରାଯାଇଛି । ସାକ୍ଷୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବା ସହ ଆବଶ୍ୟକ ପଡିଲେ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ।

Comments are closed.