ଭୁବନେଶ୍ୱର: ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରଥା ହଟାଇଛନ୍ତି । ଏପରି କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଶାସକ ଦଳର ନେତା କହୁଛନ୍ତି । କିନ୍ତୁ ସରକାର ଯେଉଁ ଠିକା ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ତାହା ସମସ୍ତଙ୍କ ପାଇଁ ନୁହେଁ ବୋଲି ସୂଚନା ରହିଛି । ଆଉ ଯେଉଁମାନେ ଠିକାରୁ ସ୍ଥାୟୀ ହୋଇ ପାରି ନାହାନ୍ତି ସେମାନେ ଏବେ ସରକାରଙ୍କ ସାବତ ପୁଅ ବୋଲି ଦାବି କରିଛନ୍ତି ।
ରାଜ୍ୟ ସରକାରଙ୍କ ପ୍ରାଥମିକ ସ୍କୁଲର ଶିକ୍ଷକ ସଂଘ ଓ ହୋମଗାର୍ଡ ସଂଘ କହିଛନ୍ତି ସେମାନେ ସରକାରଙ୍କ ନୂଆ ନିୟମର ପରିସରଭୁକ୍ତ ହୋଇନାହାନ୍ତି । ହୋମଗାର୍ଡ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ପିଷ୍ଟା ରାଜ୍ୟ ସରକାର ତାଙ୍କ ଭଳି ସଂଘକୁ ବାଦ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁଭଳି ସେମାନେ ଠିକା ନିଯୁକ୍ତି ପ୍ରକ୍ରିୟାରେ ଥିଲେ ସେହିଭଳି ଏବେ ବି ଠିକା ପ୍ରକ୍ରିୟାରେ ରହିଛନ୍ତି ବୋଲି ନୂଆ ବିଜ୍ଞପ୍ତିକୁ ଦେଖିବା ପରେ କହିଛନ୍ତି । ଏପରି ହେବା ଦ୍ୱାରା ସେମାନଙ୍କ ୮ବର୍ଷ ଓ ୬ ବର୍ଷକୁ ମୂଳ ଚାକିରୀରେ ଗଣନା କରାଯାଇନାହିଁ । ଏପରିକି ଦରମା ବୃଦ୍ଧି ମଧ୍ୟ କରାଯାଇନାହିଁ ।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରାଣ କହିଛନ୍ତି, ରାଜ୍ୟ ସରକାର ୧୫ ଶହ ଟଙ୍କା ଦରମା ଦେଇ ୮ ବର୍ଷ ଓ ୬ ବର୍ଷ କାମ କରାଇଲେ । ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ ସରକାର । ନା ସେମାନଙ୍କର ଦରମା ବଢିଲା ନା ଠିକା ପ୍ରଥାରୁ ହଟିଲେ, ଏଭଳି କରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ରାଜ୍ୟ ସରକାର ସାବତ ପୁଅ ଭଳି ବ୍ୟବହାର କରିଛନ୍ତି । ଏ ନିଷ୍ପତ୍ତର ପୁନର୍ବିଚାର କରାଯାଉ । ନଚେତ ଆଗାମୀ ଦିନରେ ସାରା ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଗୋଟିଏ ବଡ ଆନ୍ଦୋଳନ କରିବ ।
Comments are closed.