Latest Odisha News

BREAKING NEWS

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ।

ତାକୁ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଛି । ନାଁ ବଦଳାଇ ପୁଣେରେ ରହୁଥିଲା ବିବନ । ଜଳନ୍ଧର ସ୍ୱାଇଁ ନାମରେ ରହୁଥିଲା । ସେଠାରେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ୩ମାସ ତଳେ ଆରମ୍ଭ ହୋଇଥିଲା ଅପରେସନ ‘ସାଇଲେଣ୍ଟ ଭାଇପର୍’ । ବିବନକୁ ଗିରଫ କରାଯାଇଥିବା ନେଇ ସିବିଆଇକୁ ସୂଚନା ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର୍।

୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ହୋଇଥିଲା ବୀଭତ୍ସ ଗଣଦୁଷ୍କର୍ମ । ଘଟଣା ପରଠୁ ଫେରାରି ଥିଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ତାକୁ ଖୋଜୁଥିଲା ପୋଲିସ । ପୂର୍ବରୁ ମାମଲାରେ ୨ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ସେତେବେଳେ ବାରଙ୍ଗ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟରେ ତମ୍ବିତଫାନ ହୋଇଥିଲା । ଇସ୍ତଫା ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ।

Leave A Reply

Your email address will not be published.