Latest Odisha News

BREAKING NEWS

ସୁରଟରେ ବିଶ୍ବର ସର୍ବବୃହତ ଡାଇମଣ୍ଡ ବୋର୍ସ ସହ ବିମାନବନ୍ଦର ନୂଆ ଟର୍ମିନାଲ୍ ବିଲ୍ଡିଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟକୁ ଦୁଇଟି ବଡ଼ ଉପହାର ଦେଇଛନ୍ତି । ଆଜି ଗୁଜୁରାଟ ଗସ୍ତ କରି ସୁରଟ ବିମାନବନ୍ଦର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂ ଏବଂ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂ ନିର୍ମାଣ ପାଇଁ ପ୍ରାୟ ୩୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟର୍ମିନାଲ ବିଲ୍ଡିଂରେ ୧୨ ଶହ ଘରୋଇ ଯାତ୍ରୀ ଏବଂ ୬ ଶହ ଅନ୍ତର୍ଜାତୀୟ ଯାତ୍ରୀ ଜାତାୟତ କରିପାରିବେ । ଏହା ପରେ ଏହାର କ୍ଷମତା କୁ ୩ ହଜାର କୁ ବୃଦ୍ଧି କରାଯିବ । ବିମାନ ବନ୍ଦରରେ ଗୁଜୁରାଟ ର କଳା, ସଂସ୍କୃତି ଓ ପରମ୍ପରା ବିଷୟର ଡିଜାଇନ କରାଯାଇଛି । ଫଳରେ ବାହରୁ ଆସୁଥିବା ଯାତ୍ରୀ ମାନେ ରାଜ୍ୟ ବିଷୟରେ ଜାଣିପାରିବେ ।

ସେହିପରି ଏକା ସାଙ୍ଗରେ ଉଦଘାଟନ ହୋଇଥିବା ସୁରଟ ଡାଇମଣ୍ଡ ବୋର୍ସ ୬୭ ଲକ୍ଷ ବର୍ଗଫୁଟ ଜାଗାରେ ନିର୍ମିତ ହୋଇଥିବାବେଳେ, ଏଥିରେ ପ୍ରାୟ ୩ ହଜାର ୫ ଶହ କୋଟି ଟଙ୍କା ବିନିମୟ ହୋଇଛି । ଅନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର କାରବାର ପାଇଁ ବିଶ୍ୱର ସର୍ବବୃହତ ତଥା ଆଧୁନିକ କେନ୍ଦ୍ର ହେବ ସୁରଟ ଡାଇମଣ୍ଡ ବୋର୍ସ । ଏହା ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବହୁତ ବଡ଼ ଅଟେ ।

ଏହି ଉଦଘାଟନୀ ସମାରୋହ ପୂର୍ବରୁ ସୁରଟରେ ପହଞ୍ଚି ମୋଦି ଏକ ରୋଡ ଶୋ କରିଥିଲେ । ଯାହାକୁ ଦେଖିବାକୁ ବହୁ ସଂଖ୍ୟକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.