Latest Odisha News

BREAKING NEWS

ମୋଦୀଙ୍କୁ ରାମଲାଲାଙ୍କ ଚିତ୍ର ଭେଟି: ଚିତ୍ରକର ଆୟୁଷ ମହାପାତ୍ରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୁରୀ: ପୁରୀ ଚର୍ଚ୍ଚିତ ଚିତ୍ରକର ତଥା ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ। ୯ ମିନିଟ୍ ମଧ୍ୟରେ ୫ ଫୁଟ୍‌ର ରାମଲାଲାଙ୍କ ଓଲଟା ଭାବେ ଚିତ୍ର କରି ପ୍ରସଂଶିତ ହୋଇଛନ୍ତି ଆୟୁଷ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ସେ ଏହାକୁ ପ୍ରସ୍ତୁତ କରିଥିଲେ। ପେଣ୍ଟିଂକୁ ସମ୍ପୂର୍ଣ୍ଣ ଓଲଟା ଭାବେ ପ୍ରସ୍ତୁତ କରିଛନ୍ତି ଆୟୁଷ।

ମୋଦୀ ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ତାଙ୍କୁ ଏ ଚିତ୍ରକୁ ଭେଟି ଦେଇଥିଲେ ଆୟୁଷ। ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଚିଠି ରେ ଆୟୁଷ ଙ୍କ ପାଇଁ ଅନେକ ପ୍ରେରଣା ଦାୟୀ କଥା ଲେଖିଛନ୍ତି । ଏପରିକି ଆୟୁଷଙ୍କ ପେଣ୍ଟିଂ ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କ ସେବା ପାଇଁ ଆହୁରି ଅନୁପ୍ରାଣିତ କରିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏଭଳି ଦକ୍ଷତା ଓ କ୍ରିଏଟିଭିଟିକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆୟୁଷଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.