Latest Odisha News

BREAKING NEWS

ଆଜି ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ: ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ।

ଆବେଙ୍କ ଶେଷକୃତ୍ୟରେ ଯୋଗ ଦେବାପାଇଁ ଅନେକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଜାପାନରେ ପହଁଚିଛନ୍ତି । କୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ଲାଗି ସରକାରଙ୍କ ପକ୍ଷରୁ ଜାପାନରେ  ଜାରି କରାଯାଇଛି ହାଇଆଲର୍ଟ ।

ଆବେଙ୍କ ଶେଷକୃତ୍ୟରେ ଅଧିକ ଟଙ୍କା ଖର୍ଚ ହେଉଥିବାରୁ ଏହାକୁ ସେଠାକାର ଜନସାଧାରଣ ବିରୋଧ କରୁଛନ୍ତି ।  ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ପହଁଚିଥିବା ଟୁଇଟ କରିଛନ୍ତି । ପରେ ଜାପାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି । ଏହି ଅବସରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପୂର୍ବତନ ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେ ପଶ୍ଚିମ ଜାପାନର ନାରାରେ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କୁ ପଛରୁ ଗୁଳିମାଡ ହୋଇଥିଲା । ଜଣେ ୪୧ ବର୍ଷିୟ ଯୁବକ ଆବେଙ୍କୁ ପଛରୁ ଗୁଳି ମାଡ଼ କରିଥିଲା   ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।  ଗତ ଜୁଲାଇ ୮ ତାରିଖରେ ତାଙ୍କର ପରଲୋକ ହୋଇଥିଲା ।

ସିଞ୍ଜୋ ଆବେ ଦୁଇଥର ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଅସୁସ୍ଥତା ଯୋଗୁଁ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଜାପାନ ପ୍ରଧାନମନ୍ତ୍ରୀ ଭାବରେ ସିଞ୍ଜୋ ଆବେ ସର୍ବାଧିକ ଥର ଭାରତ ଗସ୍ତ କରିଥିଲେ । ୬୭ ବର୍ଷୀୟ ସିଞ୍ଜୋ ଆବେ ଜଣେ ଆକ୍ରମଣାତ୍ମକ ନେତା ଭାବରେ ମାନ୍ୟତା ପାଇଛନ୍ତି ।

ସିଞ୍ଜୋ ଆବେ  ୨୧ ସେପ୍ଟେମ୍ବର ୧୯୫୪ରେ ଟୋକିଓରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେବାପା କୌନା ଆବେ ଓ ପିତା ସିନ୍ତାରୋ ଆବେ ଜାପାନର ବହୁ ଲୋକପ୍ରିୟ ନେତା ଥିଲେ ।  ସିଞ୍ଜୋ ଆବେ ଜାପାନରେ ଅଧ୍ୟୟନ ସମାପ୍ତ କରିବା ପରେ ଆମେରିକାକୁ ଅଧ୍ୟୟନ ପାଇଁ ଯାଇଥିଲେ । ଆମେରିକାରୁ  ଫେରିଥିବା ସିଞ୍ଜୋ ଆବେ ଦୁଇ ବର୍ଷ ଧରି କାବେ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟ କରିଥିଲେ । ଇସ୍ପାତ କାରଖାନାରେ ଦୁଇ ବର୍ଷ କାମ କରିବା ପରେ ସେ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ ।

ସିଞ୍ଜୋ ଆବେଙ୍କ ପିତା ୧୯୯୩ ରେ ମୃତ୍ୟୁ ବରଣ କରିଥିଲେ । ଏହା ପରେ ସେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ନେତା ସିଞ୍ଜୋ ଆବେ ୫୨ ବର୍ଷ ବୟସରେ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେ ଜାପାନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ରଖିଛନ୍ତି । ଏହା ବ୍ୟତୀତ ସିଞ୍ଜୋ ଆବେ ଜାପାନର ଦୀର୍ଘତମ ସେବା କରୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ ।

Leave A Reply

Your email address will not be published.