ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ । ମୋଦିଙ୍କୁ ‘ମିତ୍ର ବିଭୂଷଣ’ରେ ସମ୍ମାନରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ଼ ପାଇଁ ଅବଦାନକୁ ଦୃଷ୍ଟିରେ ରଖି ସମ୍ମାନିତ କରିଛନ୍ତି ଶ୍ରୀଲଙ୍କା ସରକାର ।
ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ତଥା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ପ୍ରୋତ୍ସାହନ ଦେବା ଦିଗରେ ମୋଦୀଙ୍କ ଅସାଧାରଣ ଉଦ୍ୟମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୌଣସି ବିଦେଶୀ ରାଷ୍ଟ୍ର ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରଯାଇଥିବା ଏହା ୨୨ତମ ଅନ୍ତର୍ଜାତୀୟ ସମ୍ମାନ।
ଏହି ଅବସରରେ ୨୦୧୯ ଆତଙ୍କବାଦୀ ଆକ୍ରମଣ, କୋଭିଡ୍ ମହାମାରୀ ଏବଂ ସାମ୍ପ୍ରତିକ ଆର୍ଥିକ ସଙ୍କଟ ସମୟରେ ଭାରତ ଶ୍ରୀଲଙ୍କାକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଥିଲା। ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ ଓସେନରେ ଶ୍ରୀଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଭାରତ ଗତ ଛଅ ମାସ ମଧ୍ୟରେ ଶ୍ରୀଲଙ୍କାକୁ ଦିଆଯାଇଥିବା ୧୦୦ ନିୟୁତ ଡଲାରର ଋଣକୁ ଅନୁଦାନରେ ପରିଣତ କରିଛି । ଦ୍ୱିପାକ୍ଷିକ ଚୁକ୍ତିନାମା ଶ୍ରୀଲଙ୍କାବାସୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୋଦି ।
କହିରଖୁଛୁ ଯେ, ଗତ ୭ ମାସ ମଧ୍ୟରେ କୌଣସି ବିଦେଶୀ ନେତାଙ୍କ ଏହା ପ୍ରଥମ ଶ୍ରୀଲଙ୍କା ଗସ୍ତ । ୨୦୧୫ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଚତୁର୍ଥ ଶ୍ରୀଲଙ୍କା ଗସ୍ତ । ଶେଷ ଥର ପାଇଁ ମୋଦି ୨୦୧୯ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ।
Comments are closed.