ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ଯମୁନା ନଦୀ ୪୫ ବର୍ଷର ରେକର୍ଡ ଭାଙ୍ଗି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ୨୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଗତକାଲି ସଂଧ୍ୟାରେ ରାଜଧାନୀ ଦିଲ୍ଲୀରେ ପୁଣି ଜୋରେ ବର୍ଷା ହୋଇଛି । ପ୍ରାୟ ୧୧ ମିଲିମିଟର ବର୍ଷା ହୋଇଥିବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ଦ୍ୱାରା ବହୁ ଅଞ୍ଚଳରେ ପାଣି ଜମି ରହିଛି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ସେକ୍ଟର-୨୩ରେ ବନ୍ୟା ପାଣିରେ ବୁଡି ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ରିଲିଫ ଓ ଉଦ୍ଧାର ପାଇଁ ମୁତୟନ ହୋଇଛନ୍ତି NDRF, ସ୍ଥଳସେନା ଓ ନୌସେନା । ୪ ହଜାରରୁ ଅଧିକ ଟ୍ରାଫିକ ପୋଲିସ ମୁତନୟ ହୋଇଛନ୍ତି ।
ସେପଟେ ବିଦେଶରୁ ଫେରି ଦିଲ୍ଲୀ ବନ୍ୟାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟା ପରିସ୍ଥିତିର କିପରି ମୁକାବିଲା କରାଯାଉଛି ସେନେଇ ରାଜ୍ୟପାଳ ଭି.କେ ସେକ୍ସେନାଙ୍କ ଓ ଲେଫଟନାଣ୍ଟ ଗଭର୍ଣ୍ଣରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ସଂଧ୍ୟାରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏପଟେ ବନ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ । ଆପ ଅଭିଯୋଗର ଜବାବଦେିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା । ଆପ୍ ସରକାର ନିଜ ଦାୟିତ୍ୱରୁ ଦୁରେଇ ଯାଉଥିବା ସେ ଅଭିଯୋଗ କରିଛନ୍ତି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.