Latest Odisha News

ମଦ ପିଇ ସ୍କୁଲ ଆସୁଥିଲେ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନିଶାସକ୍ତ ଅବସ୍ଥାରେ ସ୍କୁଲ ଯାଉଥିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ଜିଲ୍ଲାର ବୁରବିନାଜୁସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଅଶ୍ୱିନୀ କୁମାର ନାୟକ ୪ ମାସ ତଳେ ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗଡ଼ଡିଙ୍ଗିଆରେ ଥିବା ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ ନିଯୁକ୍ତି ହୋଇଥିଲେ।

ଏହାପରେ ଅଶ୍ବିନୀ ନାୟକ ନିୟମିତ ମଦ୍ୟପାନ କରି ସ୍କୁଲକୁ ଆସୁଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଏହାର ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେ ଦେଇଥିବା ତଦନ୍ତ ରିପୋର୍ଟକୁ ଭିତ୍ତି କରି ପ୍ରମୋଦ ଷଡ଼ଙ୍ଗୀ ଗୁରୁବାର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ଆଦେଶ ଜାରି କରିଛନ୍ତି।

Comments are closed.