Latest Odisha News

BREAKING NEWS

ଜେଲ ହାଜତରେ କଏଦୀଙ୍କ ମୃତ୍ୟୁ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ:ଢେଙ୍କାନାଳ ଜେଲ ହାଜତରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ  ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶଳିଆ ଗାଁର ଅଥାନି ବେହୁରି (40) । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।

ଅଥାନିଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ  ଦେଖିବାକୁ ମିଳିଛି । ଏହି କ୍ଷତ ଚିହ୍ନ ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି । ଅଥାନି ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ରବିବାର ସନ୍ଧ୍ୟାରେ ଦେଶୀ ମଦ ବିକ୍ରି କରୁଥିବାବେଳେ  ଗିରଫ ହୋଇଥିଲେ  । ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତେବେ ତାଙ୍କୁ ବୁଧବାର ସକାଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦେହ ଖରାପ ଥିବାରୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ,  ଅଥାନିଙ୍କୁ ଯେତେବେଳେ ମେଡିକାଲରେ ଭର୍ତ୍ତି କରାଗଲା ସେତେବେଳେ ତାଙ୍କୁ କିଛି ସୂଚନା ଦିଆ ଯାଇ ନ ଥିଲା ।   ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।   ଏପରକି ପରିବାର ଲୋକଙ୍କ କହବା ଅନୁଯାୟୀ ବୁଧବାର   ଜେଲରେ ଅଥାନିଙ୍କୁ ଭେଟିବାକୁ ଯାଇଥିଲେ ତାଙ୍କର ପୁଅ ଓ ଭାଇ । ସେଠାରେ ସେ ଜାଣିବାକୁ ପାଇଥିଲେ ଯେ ଅଥାନି ଡାକ୍ତରଖାନାରେ ବୋଲି ।

ସେଠାରୁ ସେମାନେ ଡାକ୍ତରଖାନା ଆସିଥିଲେ ।  ତେବେ ସେଠରେ ସଂଜ୍ଞାହୀନ ଅବସ୍ତରେ ଅଥାନୀଙ୍କ ପାଇଥିଲେ । ତାଙ୍କ ପାଟି, କାନରୁ ରକ୍ତ ବାହାରୁଥିବା ଏବଂ ଶରୀରର ବିଭିନ୍ନ ସ୍ଥାନରେ ମାଡ଼  ଦେଖି ତାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ ।  ସେଥିପାଇଁ ପୋଲିସ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ  ।

ଏହାର ପ୍ରତିବାଦରେ  ମୃତଙ୍କ ପରିବାର ଓ ଗ୍ରାମବାସୀମାନେ ଭିକ୍ଷୋଭ କରିଥିବା ଦେଖିବାକୁ ମିଳିଛି  ।

Comments are closed.