Latest Odisha News

ଆଇପିଏଲ ୨୦୨୬: ନାଟକୀୟ ଥିଲା ସର୍ଫରାଜ, ପୃଥ୍ୱୀଙ୍କ ନିଲାମୀ

ଆବୁ ଧାବି: ଆଇପିଏଲ ୨୦୨୬ ପାଇଁ ମିନି ଅକ୍ସନ ଏଠାରେ ଅନୁଷ୍ଠିତ ହୋଇଛି । ଏହି ନିଲାମ ପ୍ରକ୍ରିୟାରେ ସର୍ଫରାଜ ଖାଁ ଓ ପୃଥ୍ୱୀ ଶଙ୍କ ନିଲାମୀ ବେଶ ନାଟକୀୟ ଥିଲା । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ପୃଥ୍ୱୀ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ନିଲାମ ତାଲିକାରେ ୨ ଥର ନାମ ଆସିବା ସତ୍ୱେ କେହି ତାଙ୍କୁ ନେଇଥିଲେ । ସେ ନିରାଶ ହୋଇ ସୋସିଆଲ ମିଡିଆରେ ଲେଖିଥିଲେ ଇଟସ ଓକେ । ହଠାତ ଏକ୍ସିଲେରେଟେଡ ରାଉଣ୍ଡରେ ଦିଲ୍ଲୀ ତାଙ୍କୁ ୭୫ ଲକ୍ଷରେ ନେଇଥିଲା । ପୃଥ୍ୱୀ ସଙ୍ଗେ ସଙ୍ଗେ ପୁରୁଣା ପୋଷ୍ଟ ହଟେଇ ବ୍ୟାକ ଟୁ ମାଇ ଫ୍ୟାମିଲି ଲେଖିଥିଲେ । ଘରୋଇ କ୍ରିକେଟରେ ସେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି ।

ରଣଜୀ ଟ୍ରଫି ଇତିହାସର ଦ୍ୱିତୀୟ ଦ୍ରୁତ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ଅପରପକ୍ଷରେ ସର୍ଫରାଜ ମୂଖ୍ୟ ରାଉଣ୍ଡରେ ଅନସୋଲ୍ଡ ରହିଥିଲେ । ସେହିଦିନ ସେ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ୨୨ ବଲରେ ୭୩ ରନ ମାରିଥିଲେ । ଏକ୍ସିଲେରେଟେଡ ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗସ ୭୫ ଲକ୍ଷ ଟଙ୍କାରେ ତାଙ୍କୁ ନେଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତିରେ ସର୍ଫରାଜଙ୍କ ବ୍ୟାଟିଂରେ ପରିପକ୍ୱତା ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.