Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଚିଣ୍ଡାରୁ ଘରୋଇ ବସ୍ ଚଳାଚଳ ବନ୍ଦ

ସମ୍ବଲପୁର: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଚିଣ୍ଡାରୁ ଘରୋଇ ବସ୍ ଚଳାଚଳ ବନ୍ଦ। କୁଚିଣ୍ଡାରୁ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼କୁ ବସ୍ ବନ୍ଦ। କୁଚିଣ୍ଡାରୁ ଗଡିବନି ଘରୋଇ ବସ। ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଚି ଘରୋଇ ବସ୍ ମାଲିକ ସଂଘ ।

କୁଚିଣ୍ଡା-ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଏଭଳି ଡାକରା ଦେଇଛି ସଂଘ । କୁଚିଣ୍ଡା-ଝାରସୁଗୁଡ଼ା ଘରୋଇ ବସ୍ ସଂଘ ବିବାଦରୁ ଲାଗିରହିଛି ଅଚଳାବସ୍ଥା। ଏନେଇ ଉପଜିଲ୍ଲାପାଳ, ଏସଡିପିଓ, ଥାନା ଅଧିକାରୀଙ୍କୁ ଦାବି ଜଣାଇଛି ଘରୋଇ ବସ ମାଲିକ ସଂଘ। ଫଳରେ କୁଚିଣ୍ଡାରୁ ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ ଓ ରାଉରକେଲାକୁ ବସ୍ ଯାତ୍ରା ବନ୍ଦ ରହିବ।

ଆଜି ସକାଳ ୫ଟା ୩୦ରୁ ଘରୋଇ ବସ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡରେ ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି। ମାତ୍ର କୌଣସି ବସ୍‌ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ମଧ୍ୟ ଯାଉଛନ୍ତି।

Comments are closed.