Latest Odisha News

BREAKING NEWS

ଝିଅ ପାଇଁ ଅଭିନୟ ଛାଡିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ । ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କିଛି ଦିନ ତଳେ ପ୍ରିୟଙ୍କା ଝିଅକୁ ଧରି ଭାରତ ଆସିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଏବେ ସେ ଅଭିନୟ ଦୁନିଆରୁ ଦୂରେଇ ଯିବେ ବୋଲି ଜଣାଯାଇଛି । ଏହା ଶୁଣିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ଯେ, ଏବେ ମୋ ଲାଇଫ୍‌ରେ ମୋ ପରିବାର ହିଁ ବଡ଼ । ଖୁସିରେ ମୋ ଝିଅ ମାଳତି ପାଇଁ କ୍ୟାରିୟର ଛାଡିଦେବି । ତାଙ୍କ ପିତାମାତାଙ୍କ ଉଦାହରଣ ଦେଇ ପ୍ରିୟଙ୍କା କହିଥିଲେ ଯେ, ସେମାନେ ତାଙ୍କ ପିଲାଙ୍କ ସହ କିପରି କରୁଥିଲେ । ତା’ପରେ ପ୍ରିୟଙ୍କା ତାଙ୍କ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଗରୁ ସେ ଭାବୁଥିଲେ ଯେ, ତାଙ୍କ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । ପିଲାମାନଙ୍କ ପାଇଁ ଆଡଜଷ୍ଟମେଣ୍ଟ କରିବା ପିତାମାତାଙ୍କ ଦାୟିତ୍ୱ । କିନ୍ତୁ ଏହି ଭାବନା ଭୂଲ ଥିଲା ।

ବର୍ତ୍ତମାନ ଯେତେବେଳେ ପ୍ରିୟଙ୍କାଙ୍କୁ ୪୦ ବର୍ଷ ବୟସ ସେତେବେଳେ ତାଙ୍କ ନିକଟରେ ତାଙ୍କର ଗୋଟିଏ ଝିଅ ବି ରହିଛି । ଏବେ ତାଙ୍କର ମତ ବଦଳି ଯାଇଛି । ସେ ନିଜ ଝିଅ ପାଇଁ କ୍ୟାରିୟର ଛାଡିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଯଦି କେହି ମୋତେ ମୋର କ୍ୟାରିଅର ଛାଡି ଅନ୍ୟ ଦେଶରେ ବସବାସ କରିବାକୁ କୁହନ୍ତି, ମୁଁ ମୋ ଝିଅ ପାଇଁ ବିନା ପ୍ରଶ୍ନରେ ଏହା କରିବି ବୋଲି ପ୍ରିୟଙ୍କା କହିଛନ୍ତି ।

Comments are closed.